ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଅଭିଯୋଗ

0

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର  ତିନି ବର୍ଷର ଶିଶୁ କନ୍ୟାଙ୍କୁ ଉକ୍ତ ଗ୍ରାମର ସମ୍ପର୍କୀୟ ଦାଦା ବିସ୍କୁଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ୫ ଟଙ୍କା ଦେବା ସହ କାହାକୁ କିଛି ନ କହିବାପାଇଁ ଧମକକ ଦେଇଥିଲା । ମାତ୍ର ଶିଶୁଟି ଯନ୍ତ୍ରଣାରେ କାନ୍ଦିବାରୁ  ତା ମାଆ ଶିଶୁଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲା । ଶିଶୁଟିର ବାପା କେରଳକୁ କାମ ଶ୍ରମିକ ଭାବେ ଯାଇଥିବାରୁ  ସେ ପଡୋଶୀମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲା । ଏହାପରେ ଗ୍ରାମବାସୀମାନେ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର  ଅଭିଯୁକ୍ତ ପୂର୍ବରୁ ଏପରି ଏକାଧିକ ଅପରାଧ କରିଥିବାରୁ ଶିଶୁର ପିତା ଓଡିଶା ପହଞ୍ଚିବା ସହ ଥାନାରେ ଅଭିଯୋଗ ଦେଇଥିଲା ।   ଶିସୁକି ଡାକ୍ତରୀମାଇନା ପରେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ଘଟଣାପରେ ଆଉ ଏକ ନାବାଳିକାକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ଦେଇଛି ।

Leave A Reply