ନାବାଳିକା ଅନ୍ତସତ୍ତ୍ବା : ଅଭିଯୁକ୍ତକୁ ଖୋଜୁଛି ପୁଲିସ

ବଡ଼ସାହି :  ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ନାବାଳିକା(୧୭) ସହ ଶାରିରୀକ ସମ୍ପର୍କ ରଖି ତାକୁ ଅନ୍ତସତ୍ତ୍ବା କରିବା ଅଭିଯୋଗରେ ପୁଲିସ୍‍ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ନୀଳଗିରି ଥାନା ଅନ୍ତର୍ଗତ ଅଯୋଧ୍ୟା ନିକଟ ଗୋପାଳପୁର ଗ୍ରାମର ପାଣୁଆ ଦେହୁରୀଙ୍କ ପୁଅ ଗଗନ(୨୦)। ନାବାଳିକାଙ୍କ ବାପା ଜଣେ ଭିନ୍ନକ୍ଷମ ।

ତାଙ୍କ ମାଆ ଥାନାରେ ଦେଇଥିବା ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତ ଗଗନ ନାବାଳିକାଙ୍କ ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଆସି ରହୁଥିଲା ।  ଏହି ସମୟରେ ତାକୁ ପ୍ରଲୋଭିତ କରି ପ୍ରେମ ଜାଲରେ ଫସାଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା । ତେବେ ନାବାଳିକା ଅନ୍ତସତ୍ତ୍ବା ଥିବା ଜାଣି ଗଗନ ନିଜ ଘରକୁ ପଳାଇଥିଲା। ନାବାଳିକା ଜଣଙ୍କ ବର୍ତ୍ତମାନ ୮ମାସର ଗର୍ଭବତୀ । ଅଭିଯୋଗକୁ ଭିତ୍ତି କରି ପୁଲିସ୍‍ ଗଗନ ବିରୋଧରେ ପ୍ରତାରଣା, ବଳାତ୍କାର ସାଙ୍ଗକୁ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରାଇ ତଦନ୍ତ କରୁଛି। ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟ କହିଛନ୍ତି।

Comments are closed.