ଜନ୍ମଦିନ ପାଳିବାକୁ ଯାଇ ନାବାଳିକା ହେଲେ ବଳାତ୍କାରର ଶିକାର

ତାମିଲନାଡୁ : ତାମିଲନାଡୁର କୋଏମ୍ବଟୁର ଅଞ୍ଚଳରେ ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ନିଜର ଜନ୍ମଦିନ ପାଳିବା ପାଇଁ ଘରୁ ଗୋଡ କାଢି ବାହାରକୁ ଯାଇଥିବାବେଳେ ବଳାତ୍କାରର ଶିକାର ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ନାବାଳିକା ଜଣଙ୍କ ଏକାଦଶ ଶ୍ରେଣୀର ଛାତ୍ରୀ। ୬ଜଣ ଅଭିଯୁକ୍ତ ପିଡ଼ୀତା ଜଣଙ୍କୁ ବଳାତ୍କାର କରିଥିବାବେଳେ ସେମାନଙ୍କ ମଧ୍ୟର ଏପର୍ୟ୍ୟନ୍ତ ୪ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି।

ସୂଚନା ମୁତାବକ, ନାବାଳିକା ଜଣଙ୍କ ତାଙ୍କ ସାଙ୍ଗମାନଙ୍କ ସହ ନିଜୟ ଜନ୍ମଦିନ ପାଳିବା ପାଇଁ ନିକଟସ୍ଥ ଏକ ପାର୍କକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ୬ଜଣ ଅଭିଯୁକ୍ତ ଅଟକାଇ ଦେଇଥିଲେ। ଏବଂ ସେଠାରୁ ଟେକିନେଇ ତାଙ୍କୁ ବଳାତ୍କାର କରିଥିଲେ।

Comments are closed.