ତାମିଲନାଡ଼ୁର ମିନାକ୍ଷୀ ମନ୍ଦିର ; ପୋଖରୀରେ ରହିଛି ସୁନାର ପଦ୍ମ

ତାମିଲନ଼ାଡ଼ୁର ମିନାକ୍ଷୀ ମା’ଙ୍କ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର । ଏଠାରେ ପାଳିତ ହେଉଥିବା ଉତ୍ସବ ନିମନ୍ତେ ଏହା ଖୁବ ପ୍ରସିଦ୍ଧ ଅଟେ। ଏହି ମନ୍ଦିର ଖୁବ ସଫାସୁତୁରା ଅଟେ। ଏହା ତାମିଲନାଡ଼ୁର ମଦୁରାଇ ସହରରେ ଅବସ୍ଥିତ। ସବୁଠାରୁ ପରିଷ୍କାର ପରିଚ୍ଛନ ମନ୍ଦିର ମାନଙ୍କର ତାଲିକାରେ ମଧ୍ୟ ଏହି ମନ୍ଦିର ଅର୍ନ୍ତଭୁକ୍ତ।
ମନ୍ଦିରର ଗର୍ଭଗୃହ ପ୍ରାୟ ୩୫୦୦ ବର୍ଷ ପୁରୁଣା ବୋଲି ମଧ୍ୟ ମାନ୍ୟତା ରହିଛି। ଏହି ମନ୍ଦିର ପ୍ରଭୁ ମହାଦେବ ଓ ମା’ ପାର୍ବତୀଙ୍କୁ ସମର୍ପିିତ ହୋଇଛି।
ମନ୍ଦିରର ଇତିହାସ –
ମନ୍ଦିରରେ ବିଷୟରେ ମାନ୍ୟତା ରହିଛି ଯେ, ପ୍ରଭୁ ମହାଦେବ ସୁନ୍ଦରେଶ୍ୱର ରୂପରେ ମା’ ପାର୍ବତୀ (ମିନାକ୍ଷୀ)ଙ୍କୁ ବିବାହ ନିମନ୍ତେ ଏହି ସ୍ଥାନରେ ଆସିଥିଲେ। ତେଣୁ ଏହି ସ୍ଥାନରେ ମନ୍ଦିର ନିର୍ମିତ ହୋଇଛି।୧୪ ଏକର ଜାଗାରେ ସ୍ଥିତ ଏହି ମନ୍ଦିରର ଉଚ୍ଚତା ୧୬୦ ଫୁଟ ଅଟେ। ମନ୍ଦିରର ଶୋଭା ଓ ସୁରକ୍ଷା ନିମନ୍ତେ ଏହାର ଚତୁପାଶ୍ୱର୍ରେ ବିରାଟ ପ୍ରାଚୀର ନିର୍ମିତ ହୋଇଛି। ମା’ ମିନାକ୍ଷୀଙ୍କ ସମେତ ଏଠାରେ ମା’ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଆଦି ଦେବାଦେବୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।
ମନ୍ଦିରରେ ଏକ ପୋଖରୀ ରହିଛି ‘ପୋର୍ଥମରାଇ କୁମଲ’ ଯାହାର ଅର୍ଥ ହେଉଛି ସୁନା ପଦ୍ମର ପୋଖରୀ। ସୁନାର ଏକ ପଦ୍ମ ପୋଖରୀର ମଧ୍ୟ ଭାଗରେ ନିର୍ମିତ ହୋଇଛି। ଭକ୍ତଙ୍କ ବିଶ୍ୱାସ ରହିଛି ଯେ ଏଠାରେ ପ୍ରଭୁ ମହାଦେବଙ୍କ ବାସ ରହିଛି। ମନ୍ଦିରର ବିଭିନ୍ନ ସ୍ଥାନରେ ଶିବଙ୍କର ପୌରାଣିକ କଥା ମାନ ଲିଖିତ ହୋଇ ରହିଛି। ମନ୍ଦିର ଭିତରକୁ ଯିବାକୁ ୪ଟି ମୁଖ୍ୟ ଦ୍ୱାର ରହିଛି। ଯାହା ପରସ୍ପର ସହ ଜଡ଼ିତ। ମନ୍ଦିରରେ ଦର୍ଶନ ସମୟ ସକାଳ ୫ଟା ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ୧୨ଟା ରୁ ୪ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିଥାଏ।
ସ୍ୱତନ୍ତ୍ର ଉତ୍ସବ
ପ୍ରତି ବର୍ଷ ଏପ୍ରିଲ ମାସରେ ‘ତ୍ରିରୁକଲ୍ୟାଣମ’ ଉତ୍ସବ ବହୁ ଆଡ଼ମ୍ବର ସହ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଯେଉଁଥିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ନବରାତ୍ରି ଓ ଶିବରାତ୍ରିରେ ମଧ୍ୟ ଏଠାରେ ବହୁ ଭିଡ଼ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ଚେନ୍ନାଇ- ମୀନାମ୍ବକମ ଏୟାରର୍ପୋଟରୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ୯୦ ମିନିଟ ସମୟ ଲାଗିଥାଏ।
ମଦୁରାଇର ଏୟାରର୍ପୋଟରେ ପହଞ୍ଚି ଟାକ୍ସି କିମ୍ବା କ୍ୟାବ୍‍ ବୁକ କାରି ମନ୍ଦିରକୁ ଯାଇପାରିବେ।
ଅନ୍ୟାନ୍ୟ ପ୍ରମୁଖ ସହର ମାନଙ୍କରୁ ଟ୍ରେନ, ବସ ଦ୍ୱାରା ମଧ୍ୟ ମଦୁରାଇକୁ ଯିବା ନିମନ୍ତେ ସୁବିଧା ରହିଛି। ସେଠାରୁ ମା’ ମିନାକ୍ଷୀ ମନ୍ଦିରକୁ ଯାଇପାରିବେ।

Comments are closed.