କ୍ଷୀର ଭଣ୍ଡାରରେ ତାଲା, ଧାରଣାରେ ବସିଲେ ଚାଷୀ

ବାସୁଦେବପୁର : ଭଦ୍ରକ ଜିଲା ଅନ୍ତର୍ଗତ ବାସୁଦେବପୁରରେ ଥିବା କ୍ଷୀର ଭଣ୍ଡାରରେ ଶନିବାର ଚାଷୀମାନେ ତାଲା ପକାଇଦେଇଥିବା ଜଣାପଡ଼ିଛି। କ୍ଷୀରର ମାନ ସଠିକ ନଥିବା ଦର୍ଶାଇ କର୍ତ୍ତୁପକ୍ଷ ଚାଷୀମାନଙ୍କ ଠାରୁ କ୍ଷୀର ନନେବାରୁ ସେମାନେ କ୍ଷୀର ଭଣ୍ଡାରକୁ ତାଲା ପକାଇବା ସହ ଧାରଣାରେ ବସିଛନ୍ତି। ଏହାସହ ଲିଟର ଲିଟର କ୍ଷୀର ଚାଷୀମାନେ ଢାଳି ଦେଇଥିବା ଜଣାପଡ଼ିଛି।

Comments are closed.