କ୍ଷୀରର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

0

କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ। ଏଥିରେ କ୍ୟାଲ୍ସିୟମ୍‍, ଫସ୍‍ଫରସ୍‍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ। କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ। କ୍ଷୀରର ନିୟମିତ ଓ ସଠିକ୍‍ ସେବନ ଆମକୁ ଶକ୍ତିଶାଳୀ କରିବା ସହିତ ସୁସ୍ଥ ରଖିଥାଏ। ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି।

କ୍ଷୀରର ଧାର୍ମିକ ମହତ୍ତ୍ୱ :

– ସମସ୍ତ କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠାରୁ ପବିତ୍ର ଓ ଭଲ ହୋଇଥାଏ।
– ପ୍ରଭୁ ଶିବଙ୍କ ରୁଦ୍ରାଭିଷେକରେ କ୍ଷୀରର ବିଶେଷ ବ୍ୟବହାର ହୋଇଥାଏ।
– କ୍ଷୀରରେ ରୁଦ୍ରାଭିଷେକ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
– ସୋମବାର କ୍ଷୀର ଦାନ କରିବା ଦ୍ୱାରା ଚନ୍ଦ୍ରମା ଭଲ ସ୍ଥିତରେ ରହିଥାଆନ୍ତି ଓ ଶୁଭଫଳ ମିଳିଥାଏ।
– ଜଳରେ କିଛି କ୍ଷୀର ମିଶାଇ ସ୍ନାନ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ ଓ ଚିନ୍ତା କମ୍‍ ହୋଇଥାଏ।

କ୍ଷୀର ପିଇବାର ସଠିକ୍‍ ନିୟମ ବା କ୍ଷୀରର ବୈଜ୍ଞାନିକ ମହତ୍ତ୍ୱ :

– କ୍ଷୀରକୁ ଫୁଟାଇ ଥଣ୍ଡା କରି ପିଇବା ଉତ୍ତମ ହୋଇଥାଏ।
– କାଚ କିମ୍ବା ଷ୍ଟିଲ୍‍ ପାତ୍ରରେ ପିଇବା ଅଧିକ ଭଲ ହୋଇଥାଏ।
– ରୂପା ପାତ୍ରରେ କ୍ଷୀର ପିଇବା ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ।
– କ୍ଷୀର ସହ ମହୁ ଓ ମିଶ୍ରିର ପ୍ରୟୋଗ ସର୍ବୋତ୍ତମ ହୋଇଥାଏ।
– କ୍ଷୀର ପିଇବା ଦ୍ୱାରା ଯଦି ପେଟ ବଢୁଛି ତେବେ ସେଥିରେ ପାନମହୁରୀ ପକାଇ ଫୁଟାଇ ପିଇବା ଆବଶ୍ୟକ।

କ୍ଷୀର ପିଇବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ :

– କ୍ଷୀରକୁ ନଫୁଟାଇ କଦାପି ପିଅନ୍ତୁ ନାହିଁ।
– ତମ୍ବା ପାତ୍ରରେ କ୍ଷୀର କେବେହେଲେ ପିଅନ୍ତୁ ନାହିଁ କିମ୍ବା ଭଗବାନଙ୍କୁ ଅର୍ପଣ ମଧ୍ୟ କରନ୍ତୁ ନାହିଁ।
– କ୍ଷୀର ସହ ମାଛର ସେବନ ବିପଜ୍ଜନକ ହୋଇଥାଏ।
– ପେଟ କିମ୍ବା ତ୍ୱଚା ସମସ୍ୟା ଥିଲେ କ୍ଷୀର ପିଇବା ଉଚିତ୍‍ ନୁହେଁ।

Leave A Reply