କ୍ଷୀରର ଶୁଦ୍ଧତା ପରୀକ୍ଷା କରିବାର ଉପାୟ

ଖାଦ୍ୟଦ୍ରବ୍ୟ ବିଶୁଦ୍ଧ ହେବା ନିତ୍ୟାନ୍ତ ଆବଶ୍ୟକ। ବିଶୁଦ୍ଧ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ମାତ୍ର ଖାଦ୍ୟରେ ବିଭିନ୍ନ ପ୍ରକାର ପଦାର୍ଥ ମିଶାଯାଉଥିବାରୁ ଏହାର ଶୁଦ୍ଧତା ନଷ୍ଟ ହୋଇଯାଏ। ତେଣୁ ଖାଦ୍ୟଦ୍ରବ୍ୟର ଶୁଦ୍ଧତା ପରିକ୍ଷା କରିବା ପାଇଁ କିଛି ଉପାୟ ରହିଛି। ଜାଣନ୍ତୁ କେତେକ ଖାଦ୍ୟକୁ କେଉଁ ଉପାୟରେ ପରୀକ୍ଷା କରି ଏହାର ଶୁଦ୍ଧତା ଜାଣିପାରବେ….
କ୍ଷୀର –
କ୍ଷୀରରେ ପାଣି ମିଶିଥିଲେ ….
କ୍ଷୀରରେ ଯଦି ପାଣି ମିଶିଥାଏ, ତେବେ ଏହାକୁ ପରୀକ୍ଷା କରିବା ପାଇଁ ଏକ ସମତଳ ପୃଷ୍ଠରେ କ୍ଷୀର ବୁନ୍ଦାଏ ନେଇ ପକାନ୍ତୁ। ଏଥିରେ ପାଣି ମିଶିଥିଲେ ଏହା ସଙ୍ଗେ ସଙ୍ଗେ ଗଡ଼ି ଆସିବ ଓ ଯେଉଁ ଧାରାରେ ଗଡ଼ିଥିବ କୌଣସି ଚିହ୍ନ ରହିବ ନାହିଁ। ସେପରିପରି ଯଦି କ୍ଷୀରରେ ପାଣି ମିଶିନଥାଏ ତେବେ ଏହା ସମତଳ ପୃଷ୍ଠରେ ପକାଇବା ପରେ ସ୍ଥିର ହୋଇ ରହିବ କିମ୍ବା ଯେଉଁ ଧାରାରେ ବହିବ ସେଠାରେ ଧଳାରଙ୍ଗର ଦାଗ ସୃଷ୍ଟି ହେବ।
କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିଲେ ….
ସମ ପରିମାଣରେ କ୍ଷୀର ଓ ପାଣି ନିଅନ୍ତୁ। ଏହାକୁ ଏକ ବୋତଲରେ ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିବ ଫେଣ୍ଟିବା ପରେ ବୋତଲ ଭିତରେ ସର ଭଳି ମୋଟାର ଏକ ଆସ୍ତରଣ ସୃଷ୍ଟି ହେବ।
ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିନଥିବ ଫେଣ୍ଟିବା ପରେ ଖୁବ ପତଳା ଧରଣର ଆସ୍ତରଣ ସୃଷ୍ଟି ହେବ।
କ୍ଷୀରରେ ମିଶିଥିଲେ ….
କ୍ଷୀରରେ ପାଉଡ଼ର କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ମିଶିଥିଲେ ଏହାକୁୁ ପରୀକ୍ଷା କରିବା ପାଇଁ ଅନ୍ୟ ଏକ ସହଜ ଉପାୟ ହେଉଛି କିଛି କ୍ଷୀରରେ ଆୟୋଡ଼ିନର କିଛି ବୁନ୍ଦା ମିଶାନ୍ତୁ। ଏହାପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ନୀଳ ରଙ୍ଗ ହେବ। ଯାହା କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଥିବା ପ୍ରମାଣ ଦେଇଥାଏ।

Comments are closed.