ରାଜ୍ୟସଭା ମାର୍ଶାଲଙ୍କ ପୋଷାକ ବଦଳିଲା

ନୂଆଦିଲ୍ଲୀ : ରାଜ୍ୟସଭାର ୨୫୦ତମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗୃହର ମାର୍ଶାଲ (ଅଧ୍ୟକ୍ଷଙ୍କ ସୁରକ୍ଷା ତଥା ସହାୟକ କର୍ମଚାରୀ)ଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରମ୍ପରିକ ଧଳା ବନ୍ଧଗଳା ପରିଧାନ କରୁଥିବା ମାର୍ଶାଲମାନେ ସେନା ଭଳି ନୀଳ (ନେଭି ବ୍ଲୁ) ପୋଷାକ ଓ ପଗଡ଼ି ପରିବର୍ତ୍ତେ ଟୋପି ପରିଧାନ କରିଛନ୍ତି। ନୂଆ ପୋଷାକରେ ସେନା କର୍ମଚାରୀଙ୍କ ଭଳି ତାରକା ଓ ଟାସଲ୍‌ ଇତ୍ୟାଦି ରହିଛି। ସଂସଦର ଶୀତ ଅଧିବେଶନ ଆରମ୍ଭ ଦିନରେ ସୋମବାର ଅଧ୍ୟକ୍ଷଙ୍କ ଆସନ ନିକଟରେ ଛିଡ଼ା ହୋଇଥିବା ଦୁଇ ମାର୍ଶାଲ ନୂଆ ପୋଷାକ ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଡିଜାଇନ୍‌ର ପରାମର୍ଶକ୍ରମେ ଏହି ନୂଆ ପୋଷାକ ପ୍ରସ୍ତୁତ ହୋଇଛି। ଗ୍ରୀଷ୍ମ ଓ ଶୀତ ଋତୁ ପାଇଁ ଦୁଇ ପ୍ରକାର ପୋଷାକ ହୋଇଛି। ଗୃହରେ କର୍ତ୍ତବ୍ୟରତ ୪ ମାର୍ଶାଲ ଶୀତ ଋତୁରେ ନୀଳ ପୋଷାକ ଓ ଗ୍ରୀଷ୍ମ ଋତୁରେ ସମାନ ଶୈଳୀର ଧଳା ପୋଷାକ ପିନ୍ଧିବେ ବୋଲି ନିଷ୍ପତ୍ତି ହୋଇଛି। ମାର୍ଶାଲଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ ଉଦ୍ଦେଶ୍ୟ​‌େ​‌ର ରାଜ୍ୟସଭା କର୍ତ୍ତୃପକ୍ଷ ଛ’ମାସ ପୂର୍ବେ ସେମାନଙ୍କ ପୋଷାକ ପରିବର୍ତ୍ତନ ପାଇଁ ଯୋଜନା କରିଥି​‌େ​‌ଲ; ଣ ଗୃହର ଅନ୍ୟ ସହାୟକ କର୍ମଚାରୀଙ୍କ ସହ ସେମାନଙ୍କ ପୋଷାକ ମିଶିଯାଉଥିବାରୁ ବେଳେବେଳେ ଦ୍ବନ୍ଦ୍ବ ଉପୁଜୁଥିବା ରାଜ୍ୟସଭା ସଚିବାଳୟ ସୂତ୍ରରୁ ପ୍ରକାଶ। ନୂଆ ପୋଷାକ ନେଇ ଗୃହର କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେନା ଭଳି ପୋଷାକ ପିନ୍ଧାଇବା ଦ୍ବାରା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ଗୃହରେ ସେନା ଶାସନ ଚଳାଇବା ଯୋଜନା କରିଛନ୍ତି କି ବୋଲି କଂଗ୍ରେସ ସଦସ୍ୟ ଜୟରାମ ରମେଶ ପଚାରିବାରେ ଏଭଳି ପ୍ରଶ୍ନ ନ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ବିଭିନ୍ନ ରାଜ୍ୟ ବିଧାନସଭାରେ ମାର୍ଶାଲଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ରହିଥିବା ଓ ଏହାର ଅନୁଧ୍ୟାନ କରାଯାଇଥିବା ଭେଙ୍କୟା କହିଥିଲେ।

Comments are closed.