ଭାରତୀୟ ବଜାରକୁ ଆସିଲା ମାଇକ୍ରୋମାକ୍ସର ଦୁଇଟି ସ୍ମାର୍ଟ ଟିଭି

0

ନୂଆଦିଲ୍ଲୀ : ମାଇକ୍ରୋମାକ୍ସ କମ୍ପାନୀ ଭାରତରେ ନିଜର ଦୁଇଟି ନୂଆ ଗୁଗୁଲ ସାର୍ଟିଫାଏଡ ସ୍ମାର୍ଟ ଟିଭି ଲଞ୍ଚ କରିଛି। କମ୍ପାନୀ ତରଫରୁ ଏହାର ନାମକରଣ କରାଯାଇ ନାହିଁ। ମାଇକ୍ରୋମାକ୍ସର ଏହି ଆଣ୍ଡ୍ରଏଡ ଟିଭିକୁ ୪୯ ଏବଂ ୫୫ ଇଞ୍ଚର ଦୁଇଟି ମଡେଳରେ ଲଞ୍ଚ କରାଯାଇଛି। ଏହି ଦୁଇଟି ଟିଭିରେ ୪କେ ଅଲ୍‍ଟ୍ରା ଏଚଡି ଏଚ୍‍ଡିଆର୧୦ ସପୋର୍ଟ ରହିଛି। ଏହାର ୪୯ ଇଞ୍ଚ ଟିଭିର ମୂଲ୍ୟ ୫୧,୯୯୦ ଟଙ୍କା ଏବଂ ୫୫ ଇଞ୍ଚ ଟିଭିର ମୂଲ୍ୟ ୬୧,୯୯୦ ଟଙ୍କା। ଏହି ଦୁଇଟି ଟିଭିରେ ଗୁଗୁଲ ପ୍ଲେ-ଷ୍ଟୋର ମିଳିବ ଯେଉଁଥିରୁ ଆପଣ ଇଛାମୂତାବକ ଆପ ଡାଉନଲୋଡ କରି ପାରିବେ।
ଉଭୟ ଟିଭିରେ ଆଣ୍ଡ୍ରଏଡ ଓରିୟୋ ୮.୦ ଏବଂ ଡବ୍ଲି ଅଡିଓ ରହିଛି। ଟିଭିରେ ୨.୫ ଜିବି ରାମ ଏବଂ ୧୬ଜିବି ଷ୍ଟୋରେଜ ରହିଛି। ଏହି ଟିଭିର ସବୁଠାରୁ ବଡ ଖାସ କଥା ହେଉଛି ଏଥିରେ ଗୁଗୁଲ କ୍ରୋମ କାଷ୍ଟ ସପୋର୍ଟ ଦିଆଯାଇଛି। ଯାହାଦ୍ୱାରା ୱାଇ-ଫାଉ କିମ୍ବା ବ୍ଲୁଟୁଥର ବିନା ସାହାଯ୍ୟରେ ସହଜରେ ଟିଭିକୁ ଫୋନ ଦ୍ମାରା ସଂଯୋଗ କରିପାରିବେ। ମାଇକ୍ରୋମାକ୍ସର ଉଭୟ ଟିଭିକୁ କଥାରେ କଣ୍ଟ୍ରୋଲ କରିପାରିବେ। ଉଭୟ ଟିଭିରେ ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ ଦିଆଯାଇଛି। ଟିଭିରେ ୧୨ୱାଟର ଦୁଇଟି ସ୍ପିକର ଦିଆଯାଇଛି।

Leave A Reply