ମୂଷା ଖାଇଦେଲା ନିଷିଦ୍ଧ ଔଷଧ; ଆର୍ଜେଣ୍ଟିନାର୮ ପୁଲିସ ଅଧିକାରୀ ନିଲମ୍ବିତ

0

ବୁୟେନୋସ ଆଇରେସ:ମୂଷା ଖାଇଦେଲା ନିଷିଦ୍ଧ ଔଷଧ ବୋଲି କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାରୁ ଆଠ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବୁୟେନୋସ ଆଇରେସର ଉତ୍ତର ପଶ୍ଚିମାଞ୍ଚଳରେ ଥିବା ପୁଲିସ ମାଲଖାନାରୁ ଏହି ଔଷଧ ଉଭାନ ହୋଇଥିବା ତଦନ୍ତରୁ ଜଣା ପଡ଼ିଥିଲା। ବୁୟେନୋସ ଆଇରେସର ପ୍ରାକ୍ତନ କମିଶନର ଜାଭିଆର ସ୍ପେସିଆ ଓ ଅନ୍ୟ କିଛି ଅଧିକାରୀ ଉଭୟନ ଔଷଧ ମୂଷା ଖାଇ ଦେଇଛି ବୋଲି ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ। ଏ ସମ୍ପର୍କରେ କୋର୍ଟ ନିର୍ଦେଶ ପାଇଁ ଫରେନସିକ ବିଭାଗ ଦ୍ୱାରା ତଦନ୍ତର ପୁନଃଜାଞ୍ଚ କରାଯାଇ ଥିଲା। ମୂଷାମାନେ ଉକ୍ତ ନିଷିଦ୍ଧ ଔଷଧ ଖାଇଥିଲେ ସେମାନଙ୍କ ମୃତୁ୍ୟ ହୋଇଥାନ୍ତା ବୋଲି ଫରେନସିକ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଭିତ୍ତି କରି ବିଚାରବିଭାଗୀୟ ବିଚାରପତି ମୂଷାମାନେ ଖାଦ୍ୟ ଓ ବିଷ ମଧ୍ୟରେ ପ୍ରଭେଦ ଜାଣି ପାରନ୍ତି ବୋଲି ଏକ ଗବେଷଣାର ତଥ୍ୟକୁ ପ୍ରମାଣ ଭାବରେ ଗ୍ରହଣ କରିଥିଲେ। ବୁୟେନୋସ ଆଇରେସ ବିଶ୍ୱ ବିଦ୍ୟାଳୟରେ ମୂଷାଙ୍କ ଉପରେ ହୋଇଥିବା ଏଭଳି ଏକ ଗବେଷଣାକୁ ଭିତ୍ତି କରି ପୁଲିସ ଅଧିକାରୀଙ୍କ ଯୁକ୍ତିକୁ ଖଣ୍ଡନ କରିଛନ୍ତି ବିଚାରପତି। ଅପରପକ୍ଷରେ ଯଦି ମୂଷା ଏଭଳି ନିଷିଦ୍ଧ ଔଷଧକୁ ଖାଦ୍ୟ ଭାବି ଖାଇ ଦେଇଥାନ୍ତି ତେବେ ସମ୍ପୃକ୍ତ ମାଲଖାନାରୁ ଏକାଧିକ ମୃତ ମୂଷା ଉଦ୍ଧାର ହୋଇଥାନ୍ତା ବୋଲି ବିଚାରପତି ତଙ୍କ ରାୟରେ ସନ୍ଦେହ ପ୍ରକାଶ କରିଛନ୍ତି। ଉକ୍ତ ମାଲଖାନାରୁ ୬୦୦୦କେଜି ନିଷିଦ୍ଧ ଔଷଧ ଉଭୟ ହେବା ପ୍ରଚ୍ଛଦରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଅବହେଳା ବୋଲି ବିଚାରପତି ତାଙ୍କ ରାୟରେ ପ୍ରକାଶ କରି ୮ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରି ସେମାନଙ୍କ ବିରୋଧରେ ବିଚାରବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

Leave A Reply