ମାଇକେଲଙ୍କ ନୃତ୍ୟ ପଛରେ ତାଙ୍କ ରହସ୍ୟମୟୀ ଜୋତା

0

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆଧୁନିକ ନୃତ୍ୟର ଏକଛତ୍ରବାଦ ସମ୍ରାଟ ଭାବେ ଆଜି ମଧ୍ୟ ମାଇକେଲ ଜ୍ୟାକସନଙ୍କୁ ତୁଳନା କରାଯାଏ। ଆଧୁନିକ ନୃତ୍ୟୁରେ ଆଜି ମଧ୍ୟ ତାଙ୍କ ଅବିକଳ ନୃତ୍ୟ ବିଶ୍ୱବାସୀଙ୍କୁ ପ୍ରଭାବିତ କରିଥାଏ। ତେବେ ୧୯୮୭ରେ ମାଇକେଲଙ୍କ ଦ୍ୱାରା ନିର୍ମିତ “ସ୍ମୁଥ କ୍ରିମିନାଲ’ ମ୍ୟୁଜିକ ଭିଡ଼ିଓର ନୃତ୍ୟ ଆଜି ମଧ୍ୟ ନୃତ୍ୟ ପ୍ରେମୀଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଏହି ଭିଡ଼ିଓରେ ମାଇକେଲ ସିଧା ଛିଡ଼ା ହୋଇ ହଠାତ୍‍ ୪୫ଡିଗ୍ରୀ ଢଳି ଯାଉଥିବା ଦୃଶ୍ୟ ବିଶ୍ୱବାସୀଙ୍କୁ ଆଚମ୍ବିତ କରିଥିଲା। ଆଜି ମଧ୍ୟ ଉକ୍ତ ନୃତ୍ୟର ଅବିକଳ କରିବା ଅସମ୍ଭବ ହୋଇ ରହିଛି। ବହୁ ବିଖ୍ୟାତ ନୃତ୍ୟଗୁରୁ ଏହି ଭଙ୍ଗିମାକୁ ଅବିକଳ କରିବାକୁ ଯାଇ ବିଫଳ ହୋଇଛନ୍ତି। ସିଧା ଛିଡ଼ା ହୋଇ ଆଗ ଆଡ଼କୁ ୪୫ଡିଗ୍ରୀ ଢଳିବା ମଣିଷଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ପ୍ରମଣିତ ହୋଇଛି। ତେବେ ମାଇକେଲ ଏଭଳି ନୃତ୍ୟ କଲେ କିପରି?

ବୈଜ୍ଞାନିକମାନେ ମଧ୍ୟ ମାଇକେଲଙ୍କ ଏଭଳି ନୃତ୍ୟ ପ୍ରଚ୍ଛଦ ରହସ୍ୟ ଖୋଜିବାରେ ଲାଗି ପଡ଼ିଥିଲେ। ଏପରିକି ଏ ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇ ଏ ସମ୍ପର୍କରେ ଅଧ୍ୟୟନ ମଧ୍ୟ କରାଯାଇ ଥିଲା। ଜଣେ ସାଧାରଣ ମଣିଷ ସର୍ବାଧିକ ୨୦ଡିଗ୍ରୀ ପର୍ଯ୍ୟନ୍ତ ଢଳି ପାରୁଥିବାବେଳେ ମାଇକେଲ ୪୫ଡିଗ୍ରୀ କିପରି ଢଳୁଥିଲେ ଏହାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ତର୍ଜମା।
“ଜର୍ନଲ ଅଫ ନ୍ୟୁରୋସର୍ଜରୀ’ରେ ମଞ୍ଜୁଲ ତ୍ରିପାଠୀଙ୍କ ଦ୍ୱାରା ପ୍ରକାଶିତ ଏକ ସନ୍ଦର୍ଭରେ ଜଣେ ନିପୁଣ ନୃତ୍ୟଶିଳ୍ପୀ ଯାହାର ପାଦ ବେଶ୍‍ ଶକ୍ତିଶାଳୀ ସେ ସର୍ବାଧିକ ୨୫ରୁ ୩୦ଡିଗ୍ରୀ ପର୍ଯ୍ୟନ୍ତ ଢଳି ପାରିବ ବୋଲି ଯୁକ୍ତି ଦର୍ଶାଇଛନ୍ତି। ତେବେ ମାଇକେଲ ଏଭଳି ନୃତ୍ୟ ବେଶ୍‍ ସହଜରେ କରିଥିଲେ। ଏଭଳି ଢଳିବାକୁ ଗଲେ ପାଦର ଗୋଇଠି ଅପେକ୍ଷା ପେଣ୍ଡା ମାଂଶପେଶୀ ଉପରେ ସବୁଠାରୁ ଅଧିକ ଚାପ ପଢିଥାଏ। ତେଣୁ ମାଇକେଲଙ୍କ ସବୁ ନୃତ୍ୟକୁ ଅବିକଳ ନକଲ କରୁଥିବା ବ୍ୟକ୍ତି ମଧ୍ୟ ଏହି ନୃତ୍ୟ କରିବାକୁ ଆଜି ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି।

ମାଇକେଲ ଏଭଳି ନୃତ୍ୟ ପାଇଁ ସ୍ୱତନ୍ତ୍ର ଜୋତାର ବ୍ୟବହାର କରିଥିଲେ। ଏହି ଜୋତା ତଳେ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା। ଏହି ନୃତ୍ୟ କରିବା ପୂର୍ବରୁ ମାଇକେଲ ମଞ୍ଚର ଏକ ସ୍ୱତନ୍ତ୍ର ସ୍ଥାନରେ ଛିଡ଼ା ହେଉଥିଲେ। ଏହି ସ୍ଥାନରେ ପୂର୍ବରୁ ଏକ ଆଙ୍କୁଡ଼ା ଖଞ୍ଜା ହୋଇଥିଲା। ଉକ୍ତ ସ୍ଥାନରେ ଛିଡ଼ା ହେବା

ଦ୍ୱାରା ଜୁତା ତଳେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଙ୍କୁଡ଼ା ସହଯୋଗରେ ମାଇକେଲ ଏଭଳି ଅସାଧ୍ୟ ସାଧନ କରି ପାରୁଥିଲେ। ଏହା ବ୍ୟତୀତ ଏହି ନୃତ୍ୟ ସମୟରେ ତାଙ୍କ ଅଣ୍ଟାରେ ସୁରକ୍ଷା ଦୌଡ଼ି ବନ୍ଧା ହେଉଥିଲା।

Leave A Reply