ଭାରତୀୟ ବଜାରକୁ ଆସିବ ଏମ୍‍ଜି ମୋଟର୍ସର ପ୍ରଥମ ଏସୟୁଭି କାର

0

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଏମ୍‍ଜି ମୋଟର୍ସ ନିଜର ପ୍ରଥମ ଏସ୍‍ୟୁଭି କାର ଲଞ୍ଚ ହେବାକୁ ଯାଉଛି। ଏହି କାରର ସଡକରେ ପରୀକ୍ଷା ସମୟରେ ଦେଖିବାକୁ ମିଳିଥିଲା। ଗ୍ରାହକ ମାନଙ୍କ ପାଇଁ ଏହି କାରରେ ବହୁ ସୁବିଧା ଦିଆଯାଇଛି। ଚଳିତ ବର୍ଷ ଜୁନ ମାସରେ ଏହି କାରକୁ ଭାରତୀୟ ବଜାରରେ ପ୍ରବେଶ କରାଯିବ ବୋଲି ଅନୁମାନ କରାଯାଉଛି।
ଏହି କାରରେ ଇନବିଲ୍ଡ ଇଣ୍ଟରନେଟ ସଂଯୋଗ ହୋଇପାରିବ। ଏହାସହ ଏହି କାରକୁ ଗ୍ରାହକ ଅନଲାଇନରେ କିଣିପାରିବେ। ଏହାବ୍ୟତୀତ କାରରେ ୨.୦ଲିଟର ଡିଜଲ ଇଞ୍ଜିନ ଦିଆଯାଇଛି। ଜିପ କମ୍ପାସ ସହ ବଜାରରେ ପ୍ରତିଯୋଗିତା କରିବ ବୋଲି କୁହାଯାଇଛି। ଗାଡିର ସମସ୍ତ ସୁବିଧା ଦେଖି ଗ୍ରାହକ ଏହାକୁ କିଣିବେ ବୋଲି କମ୍ପାନୀ ଆଶା ରଖିଛି।

Leave A Reply