ସୁଆଦିଆ ମେଥି ପନିର

ଆବଶ୍ୟକ ସାମଗ୍ରୀ
ପନିର – ୪୦୦ ଗ୍ରାମ
ମେଥି ଶାଗ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ଅଦା , ରସୁଣ , ପିଆଜ ବଟା – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଗୁଜୁରାତି – ଆବଶ୍ୟକ ପରିମାଣରେ 
ଜିରା – ଆବଶ୍ୟକ ପରିମାଣରେ
ଦହି – ଅଧ କପ
ହେଙ୍ଗୁ –ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମେଥି ଶାଗକୁ ଭଲ ଭାବେ ବାଛି ଧୋଇ ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ପନିରକୁ ମଧ୍ୟ ଚାରିକଣିଆ ଆକାରର କାଟି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ କଡ଼େଇ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ ଘିଅ ପକାଇ ସେଥିରେ କାଟି କରି ରଖିଥିବା ପନିରକୁ ଭାଜନ୍ତୁ। ପନିର ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ଘିଅ ଗରମ କରି ଏଥିରେ ଜିରା, ଗୁଜୁରାତି ଓ ହେଙ୍ଗୁ ପକାନ୍ତୁ। ଏହା ପରେ ପିଆଜ, ଅଦା , ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷିବା ହେବା ପରେ ଏଥିରେ ଦହି ପକାନ୍ତୁ। ପୁଣି କିଛି ସମୟ କଷିବା ପରେ ଏଥିରେ ପନିର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଗରମ ମସଲା ପକାଇ ୧ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.