ରିଲିଜ୍‍ ହେଲା ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ର ଟ୍ରେଲର

0

ମୁମ୍ବଇ : ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ୨ ମିନିଟ୍‍ ୩୦ ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି।

ଟ୍ରେଲର ଦେଖି ଚଳଚ୍ଚିତ୍ରର କାହାଣୀ ବୁଝା ପଡ଼ୁଛି ଯେ, ୮ବର୍ଷର ଏକ ପିଲା କହ୍ନୈୟା ନିଜ ମାଆଙ୍କ ସହ ମୁମ୍ବଇର ଏକ ଛୋଟ ଗଳିରେ ରହେ। ହେଲେ ତାଙ୍କ ଜୀବନରେ ପରିବର୍ତ୍ତନ ସେତେବେଳେ ଆସୁଛି ଯେତେବେଳେ ଖୋଲାରେ ଶୌଚ ପାଇଁ ଯିବା ବେଳେ ତା’ର ମାଆ ସହ ବଳାତ୍କାର ହେଉଛି। ତା’ପରେ କହ୍ନୈୟା ମାଆ ପାଇଁ ଶୌଚାଳୟ ନିର୍ମାଣ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛି ଓ କହୁଛି, ଆପଣଙ୍କ ମାଆଙ୍କ ସହ ଏପରି ହୋଇଥିଲେ ଆପଣଙ୍କୁ କେମିତି ଲାଗିଥାଆନ୍ତା? ଏସବୁ ସହ ଟ୍ରେଲରରେ କିଛି କମେଡ଼ି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲରରେ ଅରିଜିତ୍‍ ସିଂହଙ୍କ କଣ୍ଠର ଟାଇଟଲ ଟ୍ରାକ୍‍ ଶୁଣିବାକୁ ମିଳିଛି।

ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ରାକେଶ ଓମପ୍ରକାଶ ମେହରା ବହନ କରିଛନ୍ତି।

Leave A Reply