ଭାରତରେ ଲଞ୍ଚ ହେଲା ମର୍ସିଡିଜର ଏହି ନୂଆ ମଡେଲ କାର

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମର୍ସିଡିଜ ଗୁରୁବାର କୋଓପ ୨୦୧୯ ସି୪୩ ଏଏମଜି ଭାରତରେ ଲଞ୍ଚ କରାଯାଇଛି। ମର୍ସିଡିଜ ଏଏମଜି ସି୪୩ ମଡେଲ ପୂର୍ବ ବର୍ଷ ବିଶ୍ୱ ସ୍ତରରେ ଲଞ୍ଚ କରାଯାଇଥିଲା। ଏହି କାରରେ ଦୁଇଟି ଡୋର ଥିବା ସି-କ୍ଲାସ ପ୍ଲେଟଫୋରମ ଉପରେ ଆଧାରିତ।
ଏହି କାରରେ ୩.୦ ଲିଟର ୬ ଇଞ୍ଜିନ ଦିଆଯାଇଛି। ପୁରୁଣା ମଡେଲ ତୁଳନାରେ ଏହି ମଡେଲ ୨୩ ବିଏଚପି ଅଧିକ ଶକ୍ତି ପ୍ରଦାନ କରୁଛି। ଏହାବ୍ୟତୀତ କାରରେ ଏଏମଜି ସି୪୩ ଇଞ୍ଜିନକୁ ୯ଜି ସ୍ୱୟଂଚାଳିତ ଟ୍ରାନ୍ସମିସନ ରହିଛି। କାରର ଭିତର ପାର୍ଶ୍ବରେ ଟଚ କଣ୍ଟ୍ରୋଲ ଓ ହେଡ ଅପ ଡିସପ୍ଲେ, ଏଏମଜି ପରଫର୍ମମାନ୍ସ ସିଟ ଓ ୧୨.୩ ଡିଜିଟାଲ ସ୍ଲାଇଡ କ୍ଲାସିକ ଆଦି ଅତ୍ୟାଧୁନିକ ସୁବିଧା ଦିଆଯାଇଛି। ଏହି କାରର ମୂଲ୍ୟ ୭୫ ଲକ୍ଷ ଟଙ୍କା ରହିଛି।

Leave A Reply