ମାନସିକ ରୋଗାକ୍ରାନ୍ତ ବନ୍ଦୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡିଶା ଜେଲରେ ବନ୍ଦୀମାନଙ୍କ ମଧ୍ୟରୁ ଶତକଡା ପାଞ୍ଚ ଭାଗ ମାନସିକ ରୋଗର ଶିକାର ହେବା ଭଳି ଉଦବେଗଜନକ ସ୍ଥିତିର ଅନୁଧ୍ୟାନ ଲାଗି ଏକ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ରାଜ୍ୟ ମାନବିକ ଅଧିକାର ଆେୟାଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆବେଦନକୁ ଗ୍ରହଣକରି ଆେୟାଗ ମାନସିକ ରୋଗାକ୍ରାନ୍ତ ବନ୍ଦୀଙ୍କ ସମ୍ପର୍କରେ ଡିସେମ୍ବର ମାସ ଶେଷସୁଦ୍ଧା ରିପୋର୍ଟ ଦେବାକୁ ରାଜ୍ୟ ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜେଲ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଆଇନଜୀବୀ ବିଶ୍ବପ୍ରିୟ କାନୁନଗୋ ଓ ବିଜୟ କୁମାର ପଣ୍ଡା ଆେବଦନରେ ଦର୍ଶାଇଛନ୍ତି ଯେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ୨୦୧୭ମସିହାରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଓଡିଶାର ବିଭିନ୍ନ ଜେଲରେ ୭୮୭ଜଣ ମାନସିକ ରୋଗାକ୍ରାନ୍ତ ବନ୍ଦୀ ଅଛନ୍ତି। ୪୧୨ଜଣ ଦୋଷୀ ସାବ୍ୟସ୍ତ ଓ ୩୭୫ଜଣ ବିଚାରାଧୀନ ବନ୍ଦୀ ମାନସିକ ରୋଗର ଶିକାର ହୋଇଛନ୍ତି। ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ଉତ୍ତରପ୍ରଦେଶ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି। ବନ୍ଦୀମାନଙ୍କର ଏପରି ଅବସ୍ଥା କେଉଁ କାରଣରୁ ହେଉଛି ସେ ନେଇ ତଦନ୍ତ କରାଯିବାକୁ ଆବେଦନକାରୀ ଅନୁରୋଧ କରିଥିଲେ। ମାନସିକ ରୋଗ ଯତ୍ନ ଆଇନ ଅନୁସାରେ ଏଭଳି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ନିୟମାନୁସାରେ ବନ୍ଦୀଙ୍କ ମାନସିକ ଅବସ୍ଥାର ଯତ୍ନ ପାଇଁ ସବୁମତେ ବ୍ୟବସ୍ଥା କରାଯିବ ଓ ଡାକ୍ତର ନିଯୁକ୍ତି, ପରାମର୍ଶଦାତା ନିଯୁକ୍ତି ଇତ୍ୟାଦି ପାଇଁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଜେଲରେ ଅବସ୍ଥା ଖରାପ ସହ ମାନସିକ ରୋଗର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେମାନଙ୍କର ମାନସିକ ରୋଗର କାରଣ ଓ ଯତ୍ନ ସମ୍ପର୍କରେ ସୁପାରିଶ ପାଇଁ କମିଟିକୁ ନିର୍ଦେଶ ଓ ଏହି ସୁପାରିଶକୁ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କୁ ନିର୍ଦେଶ ଦେବା ଲାଗି ନିବେଦନ କରାଯାଇଛି। ଅଧ୍ୟକ୍ଷ ବିଚାରପତି ବିମଲ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନୋଟିସ୍ ଜାରି କରିଛନ୍ତି।

Comments are closed.