ଆଇନ ଭାଙ୍ଗୁଛି ପୁଲିସ, ଉତ୍ସବ ମନାଉଛନ୍ତି ବିଜେପି ସାଂସଦ : ମେହବୁବା ମୁଫତି

ହାଇଦରାବାଦ : ହାଇଦରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିବା ଘଟଣା‌କୁ ନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି। ସେ ଟ୍ବିଟ କରି ଲେଖିଛନ୍ତି, ହାଇଦରାବାଦ ପୁଲିସ ଏଭଳି କାର୍ୟ୍ୟକରି ଆଇନ ଭାଙ୍ଗୁଛି ଏବଂ ଯାହାକୁନେଇ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦମାନେ ଖୁସିର ସହିତ ଉତ୍ସବ ମନାଉଛନ୍ତି।
ସେ କହିଛନ୍ତି, ବିଜେପି ହେଉଛି ସେହି ରାଜନୈତିକ ଦଳ ଯେଉଁ ଦଳର ବିଧାୟକ ଜଣେ ୮ବର୍ଷର ନାବାଳିକାର ବଳାତ୍କାରୀ ଓ ହତ୍ୟା କରିଥିବା ଦୋଷୀକୁ ରକ୍ଷା କରିଥିଲା। କଣ ସେହି ନାବାଳିକାକୁ ନ୍ୟାୟ ମିଳିବା ଉଚିତ ନୁହେଁ ବୋଲି ମେହବୁବା ପ୍ରଶ୍ନ କରିଛନ୍ତି। ସେ ବିଜେପିକୁ ଆକ୍ଷେପ କରି କହିଛନ୍ତି ଭାରତରେ ମାନବାଧିକାର କମିସନ(ଏନଆରସି) ମଧ୍ୟ ଧର୍ମକୁ ଆଧାର କରି ଚାଲିଛି।

Comments are closed.