ଅନନ୍ତନାଗରୁ ପ୍ରାର୍ଥୀ ହେବେ ମେହବୁବା

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ନେତ୍ରୀ ମେହବୁବା ମୁଫ୍‌ତି ଅନନ୍ତନାଗ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ। ଏହା ବ୍ୟତୀତ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବା ପାଇଁ ଉଦ୍ଦାମପୁର ଓ ଜାମ୍ମୁରେ ପ୍ରାର୍ଥୀ ଦେବ ନାହିଁ ବୋଲି ମେହବୁବା କହିଛନ୍ତି। ସେହିପରି ଶ୍ରୀନଗର ଆସନରୁ ଆଗା ମୋହସିନଙ୍କୁ ସେ ପ୍ରାର୍ଥୀ କରିଛନ୍ତି। ଏଠାରୁ ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଫାରୁକ ଅବଦୁଲା ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ଓ ଏନ୍‌ସି ମଧ୍ୟରେ ନିର୍ବାଚନ ବୁଝାମଣା ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉଦ୍ଦାମପୁରରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Leave A Reply