ନବୀନ ନିବାସରେ ସଂସଦୀୟ ଦଳ ବୈଠକ ; ନବନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସପ୍ତଦଶ ନିର୍ବାଚନରେ ଓଡିଶାରୁ ଲୋକସଭା ପାଇଁ ବିଜୁ ଜନତା ଦଳର ନବନିର୍ବାଚିତ ୧୨ ଜଣ ସାଂସଦଙ୍କୁ ନେଇ ନବୀନ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ୧୨ ଜଣ ସଦସ୍ୟଙ୍କ ମଧ୍ୟରେ କିଛି ନୂଆ ମୁହଁ ଥିବା ବେଳେ ଲୋକସଭାରେ ରାଜ୍ୟର ସମସ୍ୟା ଗୁଡିକ କିଭଳି ସ୍ଥାନ ପାଇବ ଏବଂ ସାଂସଦମାନେ ସେମାନଙ୍କର ଆଭିମୁଖ୍ୟ କିଭଳି ଉପସ୍ଥାପନ କରିବେ ସେନେଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ବାର୍ଥଜଡିତ ପ୍ରସଙ୍ଗ ନେଇ ସାଂସଦମାନେ ଆଲୋଚନାରେ ଭାଗ ନେଇଥିଲେ ମଧ୍ୟ ସେଗୁଡିକର କୌଣସି ସ୍ଥାୟୀ ସମାଧନ ହୋଇପାରିନାହିଁ । ବିଶେଷ କରି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗ ଏବଂ ପୋଲାଭରମ ପ୍ରକଳ୍ପ ଭଳି ପ୍ରସଙ୍ଗ ଅନେକ ଥର ଲୋକସଭାରେ ଆଲୋଚନା ପାଇଁ ସାଂସଦମାନେ ଦାବି କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ତେବେ ଆଗାମୀ ଦିନରେ ସାଂସଦମାନେ ଏହି ପ୍ରସଙ୍ଗଗୁଡିକୁ ସଠିକ୍ ସମୟରେ ଉପସ୍ଥାପନ କରିପାରୁଛନ୍ତି କି ନାହିଁ ତାହା ସମୟ କହିବ ।

Comments are closed.