ମାଲ୍ୟବନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ

0

ମାଲକାନଗିରି : ସୋମବାର ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିସ ଅଗ୍ରୱାଲଙ୍କ ଅଧକ୍ଷତାରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଉପଜିଲ୍ଲାପାଳ ରମେଶ୍ୱର ପ୍ରଧାନ, ଜିଲା ସୂଚନା ଅଧିକାରୀ ଗୁଣନିଧି ନାୟକ, ଏ ପି ଡ଼ି ଅର୍ଥ ବରିଷ୍ଠ ଆଦିବାସୀ ନେତା ଗଙ୍ଗାଧର ବୁରୁଦା , ପୂର୍ବତନ ପୌରଧକ୍ଷା ରଜବନ୍ତ କୈର, ସାମ୍ବାଦିକ ସଂଘ ସଭାପତି ଭାସ୍କର ବେହେରାଙ୍କ ସମେତ ସମସ୍ତ ଜିଲା ସ୍ଥାନୀୟ ଅଧିକାରୀ ପଞ୍ଚାୟତରାଜ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମାଲ୍ୟବନ୍ତ ମହୋତ୍ସବ ଆଡ଼ମ୍ବରରେ ପାଳନ କରିବା ନେଇ ଆଲୋଚନା ହୋଇଥିଲା। କିଛି ବର୍ଷ ହେଲା ଆଦିବାସୀ ସଂଘ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବର ନାମ ପରିବର୍ତ୍ତନ କରି ପାଣ୍ଡୁମ ରଖିବାକୁ ଦାବି କରିଥିଲେ। ଏହାକୁ ଜିଲାର ବିଭିନ୍ନ ସମ୍ପ୍ରଦାୟର ଓ ସଙ୍ଗଠନ ପକ୍ଷରୁ ବିରୋଧ କରିଥିଲେ। ସର୍ବସମ୍ମତି କ୍ରମେ ଗୋଟିଏ ମାଲ୍ୟବନ୍ତ ଛତା ତଳେ ରହି ପରମ୍ପରା ବଜାୟ ରହୁ ବୋଲି ମତପୋଷଣ ପାଇଥିଲା। ଆସନ୍ତା ଜାନୁଆରୀ ୧୧, ୧୨,୧୩ ଜିଲାସ୍ତରୀୟ ଓ ୭,୮,୯,୧୦ରେ ବ୍ଲକ ସ୍ତରରେ ପାଳନ କରିବା ସହ ପୂର୍ବ ପରି ପଲ୍ଲିଶ୍ରୀମେଳା ୫ ଦିନ ଧରି ହେବ ବୋଲି ସେ କହିଥିଲେ।

Leave A Reply