ରାଜକୁମାର ହିରାନୀଙ୍କ ବିରୋଧରେ ମିଠୁ ଅଭିଯୋଗ

0

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିଜର ଆକର୍ଷଣୀୟ ଚଳଚ୍ଚିତ୍ର ପାଇଁ ଦର୍ଶକଙ୍କ ମନରେ ଛାପ ଛାଡିଦେଇଛନ୍ତି। ମହିଳାଙ୍କ ପ୍ରତି ହୋଇଥିବା ଅସଦାଚରଣକୁ ନେଇ ଭାରତରେ ଆରମ୍ଭ ହୋଇଥିବା ମିଠୁ ଅଭିଯାନରେ ରାଜକୁମାର ହିରାନୀ ଫସିଯାଇଛନ୍ତି। ସଞ୍ଜୁ ଚଳଚ୍ଚିତ୍ରର ଜଣେ ସହ ପ୍ରଯୋଜକ ରାହକୁମାର ହିରାନୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରି ମହିଳାଙ୍କ କହିବା ଅନୁସାରେ ସଞ୍ଜୁ ଚଳଚ୍ଚିତ୍ର ଛଅ ମାସ ମଧ୍ୟରେ ଅସଦାଚରଣ କରିଛନ୍ତି। ଯେତେବେଳେ ମହିଳା ଜଣକ ଏହାର ବିରୋଧ କରିଥିଲେ, ରାଜ କୁମାର ହିରାନୀ ଚଳଚ୍ଚିତ୍ରରୁ ବାହାର କରିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଯଦି ସେତେବେଳେ ମୁଁ ଏହାର ବିରୋଧ କରିଥାନ୍ତି ସେ ମୋର କ୍ୟାରିଅର ନଷ୍ଟ କରିଦେବାର ଭୟ ରହିଥିଲା। ଏହାକୁ ନେଇ ମୁଁ ସଞ୍ଜୁ ଚଳଚ୍ଚିତ୍ରର ପ୍ରଯୋଜକ ବିଧୁ ବିନୋଦ ଚୋପ୍ରାଙ୍କୁ ଇମେଲ ମାଧ୍ୟମରେ ଜଣାଇଥିଲି ବୋଲି ସେ କହିଛନ୍ତି।
ସେହିପରି ମହିଳାଙ୍କ ଅଭିଯୋଗ ପରେ ରାଜକୁମାର ହିରାନୀଙ୍କ ଓକିଲ ଅନନ୍ଦ ଦେଶାଇଙ୍କ କହିବା ଅନୁସାରେ ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା। ଏ ନେଇ ବିଧୁ ବିନୋଦ ଚୋପ୍ରାଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ।

Leave A Reply