ରୋଗରୁ ମଧ୍ୟ ମୁକ୍ତି ଦିଏ ଗଙ୍ଗାଜଳ

0

ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହାତ୍ମ୍ୟ ରହିଛି। ପ୍ରାୟତଃ ଆମ ସମସ୍ତଙ୍କ ଘରେ ଗଙ୍ଗାଜଳ ନିଶ୍ଚିତ୍ତ ରୂପେ ଉପଲବ୍ଧ ହୋଇଥାଏ। ଏହାକୁ ଖୁବ୍ ପବିତ୍ର ବୋଲି ମନେକରାଯାଇଥାଏ। ଏପରିକି ଏହାର ତୁଳନା ଅମୃତ ସହ କରାଯାଇଥାଏ। ହେଲେ ଖୁବ୍ କମ୍ ଲୋକେ ଏବିଷୟରେ ଅବଗତ ଯେ, ଗଙ୍ଗା ଜଳରେ ଅନେକ ରୋଗକୁ ଦୂର କରିବାର ଚମତ୍କାରୀ ଗୁଣ ରହିଛି। ଚାଲନ୍ତୁ ଜାଣିବା ଗଙ୍ଗାଜଳର ସେହିସବୁ ଔଷଧୀୟ ଗୁଣ ବିଷୟରେ –

-ଏକ ଗବେଷଣାରୁ ଜଣାପଡ଼ିଛି, ଗଙ୍ଗାଜଳରେ ୮ରୁ ଅଧିକ ପ୍ରକାରର ରୋଗକୁ ଦୂର କରିବାର ସମାର୍ଥ୍ୟ ରହିଛି। ଏହା ନିମୋନିଆ, ମସ୍ତିଷ୍କ ଜ୍ବର, କ୍ଷତ ଆଦିକୁ ଠିକ୍ କରିବାରେ ସହାୟକ ହୋଇଥାଏ।
-ଗବେଷକଙ୍କ କହିବା ଅନୁସାରେ, ଗଙ୍ଗାଜଳ ହିମାଳୟରୁ ଆସିଥିବାରୁ ଏଥିରେ କୌଣସି ପ୍ରକାରର ଖରାପ ତତ୍ତ୍ଵ ନଥାଏ। ଏହାର ପାଣି ପର୍ବତରେ ଥିବା ବିଭିନ୍ନ ଔଷଧୀୟ ଗଛ ଦେଇ ଆସିଥାଏ। ଯାହା ଫଳରେ ସେସବୁର ଔଷଧୀୟ ଗୁଣ ଏଥିରେ ସାମିଲ ରହିଥାଏ। ଏହି ପାଣି ଆଦୌ ଖରାପ ହୁଏନାହିଁ ଓ ଏହାକୁ ସେବନ କଲେ ଶରୀରରେ କିଛି ଖରାପ ପ୍ରଭାବ ମଧ୍ୟ ପଡ଼ିନଥାଏ।
-ଗଙ୍ଗାଜଳରେ ସଲଫରର ମାତ୍ରା ଅଧିକ ରହିଥାଏ। ଏହାବ୍ୟତୀତ କିଛି ଭୂ-ରାସାୟନିକ ପଦାର୍ଥ ମଧ୍ୟ ଗଙ୍ଗାପାଣିରେ ରହିଥାଏ ଯାହା ଫଳରେ ଏଥିରେ କେବେ ପୋକଯୋକ ହୋଇନଥାଏ ବା କେବେ ଖରାପ ହୁଏ ନାହିଁ।
-ଗଙ୍ଗାଜଳ ଉପରେ ଦୀର୍ଘଦିନ ଧରି ଗବେଷଣା ଚାଲିଆସୁଛି। ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଏଥିରେ ଥିବା ଔଷଧୀୟ ଗୁଣ ଶରୀରର ବିଭିନ୍ନ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରମାଣିତ ହୋଇଛି।

Leave A Reply