ଦିନିକିଆ ଏମ୍‍ବିଏ ସାର୍ଟିଫିକେଟ୍ ପାଠ୍ୟକ୍ରମ

0

ଭୁବନେଶ୍ୱର : ଏମୱାଇଆରଏ ବି ସ୍କୁଲ, ମହୀଶୁର ପକ୍ଷରୁ ଭୁବନେଶ୍ୱର ସ୍ୱସ୍ତି ପ୍ରିମ୍ରିୟମ୍‍ଠାରେ ଦିନିକିଆ ଏମ୍‍ବିଏ ସାର୍ଟିଫିକେଟ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା, ଡ଼କ୍ଟର ଶାଲିନୀ ଉର୍ସ ନିଜେ ସର୍ଚ୍ଚ, ଡ଼କ୍ଟର ସୁଧୀ ରାଓ ବିଟ୍‍ କଏନ୍ସ ଏବଂ ଡ଼କ୍ଟର ପ୍ରକାଶ ନାୟାର ନେତୃତ୍ୱ ଏବଂ ପରିଚରଳନା ସମ୍ବନ୍ଧୀୟ ଏଚଆର ବିଷୟରେ ଶିକ୍ଷାଦାନ କରିଥିଲେ । ସମସ୍ତ ବ୍ୟବସ୍ଥା ‘ଏ’ ଶ୍ରେଣୀର ଏବଂ ଶିକ୍ଷାଦାନ କରୁଥିବା ବିଶେଷଜ୍ଞମାନେ ନିଜ ନିଜ କ୍ଷେତ୍ରରେ ବେଶ ଅଭିଜ୍ଞ ଏବଂ ଉଚ୍ଚମାନର ସର୍ବଶେଷ ଜ୍ଞାନ ଆହରଣ କରିଛନ୍ତି । ଦୁଇ ବର୍ଷର ଏମ୍‍ବିଏ ପାଠ୍ୟକ୍ରମକୁ ଗୋଟିଏ ଦିନରେ ଶିକ୍ଷାଦାନ କରିବା ପାଇଁ ସମସ୍ତ ପ୍ରକାରର ମୂଲ୍ୟବାନ ଉପକରଣ ଏବଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା । ଆୟୋଜତି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ପ୍ରାଥମିକ ବୃତ୍ତିଧାରୀ, ମଧ୍ୟ ବୟସ୍କ ବୃତ୍ତିଧାରୀ ଏବଂ ଅବସର ଗ୍ରହଣ କରିଥିବା କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏପରିକି ଏମ୍‍ବିଏ ଛାତ୍ରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ, କାରଣ ସେମାନେ ଜାଣିବାକୁ ଆଗ୍ରହୀ ଥିଲେ ଯାହା ସେମାନେ ଦୁଇ ବର୍ଷ ଧରି ପଢୁଛନ୍ତି ତାହା କିପରି ଗୋଟିଏ ଦିନରେ ଶିକ୍ଷାଦାନ କରାଯାଉଛି । ପ୍ରିୟଙ୍କା ସରକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave A Reply