ଡାହାଣୀ ସନ୍ଦେହରେ ହତ୍ୟା ଉଦ୍ୟମ ଘଟଣାର ଅଭିଯୁକ୍ତ ଗିରଫ

0

ଖୁଣ୍ଟା : ସୋମବାର ଭୋଳଗଡିଆ ନିକଟରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ଅଭିଯୁକ୍ତ କାଳେ ସିଂକୁ(୫୦) ପୁଲିସ ଦ୍ୱାରା ଅଟକ। କାଳେ ସିଂଙ୍କ ପୁଅର ବହୁଦିନ ଧରି ଜ୍ୱର ଛାଡି ନଥିବା ବେଳେ ତାଙ୍କ ପୁଅ ଆଉ ବଞ୍ଚିବନି ବୋଲି ଗୁରୁବାରୀ ସିଂ କହିଥିଲେ। ସେହି ସମୟରେ କାଳେ ସିଂ ହାତରେ ଧରିଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣାପରେ ସେ ଗାଁରୁ ପରିବାର ସହ ଫେରାର ହୋଇଯାଇଥିଲା। ଆଜି ଉଦଳା ଯାଉଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା।

Leave A Reply