‘ମାଭେନ୍‍’ ପଠାଇଲା ସେଲ୍‍ଫି

0

ନାସାର ଏକ ମହାକାଶଯାନ ‘ମାଭେନ୍‍’ ନିଜର ଏକ ସେଲ୍‍ଫି ପୃଥିବୀକୁ ପଠାଇଛି। ମଙ୍ଗଳ ଗ୍ରହର ଉପରି ଭାଗର ବାୟୁମଣ୍ଡଳ ବିଷୟରେ ଅଧ୍ୟୟନ କରିବା ପାଇଁ ନାସା ପକ୍ଷରୁ ପ୍ରେରିତ ଏହି ମହାକାଶଯାନ ଇତିମଧ୍ୟରେ ଚାରି ବର୍ଷ ପୂରଣ କରିଛି। ଏହି ଅବସରରେ ତା’ର ଏହି ଫଟୋ ପୃଥିବୀକୁ ପଠାଇଚି। ଇମାଜିଙ୍ଗ୍‍ ଅଲ୍‍ଟ୍ରାଭାଓଲେଟ୍‍ ସ୍ପେକ୍ଟ୍ରୋଗ୍ରାଫ୍‍(ଆଇୟୁଭିଏସ୍‍) ଯନ୍ତ୍ର ସାହାଯ୍ୟରେ ଏହି ଫଟୋ ଉଠାଯାଇଛି। ଏହି ଯନ୍ତ୍ର ମଙ୍ଗଳ ଗ୍ରହ ଉପରି ଭାଗର ବାତାବରଣରେ ଅତିବାଇଗଣୀ ରଶ୍ମି ବିକିରଣର ଚିତ୍ର ଉତ୍ତୋଳନ କରିଥାଏ। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ‘ମାଭେନ୍‍’ ର ପ୍ରାୟ ୨୧ ପ୍ରକାରର ଫଟୋ ନିଆଯାଇଛି। ମାଭେନ୍‍ ମିଶନକୁ ୧୮ ନଭେମ୍ବର, ୨୦୧୩ ରେ ପୃଥିବୀରୁ ଉତ୍‍କ୍ଷେପଣ କରାଯାଇଥିଲା। ଏହା ମଙ୍ଗଳ ଗ୍ରହର କକ୍ଷରେ ୨୧ସେପ୍ଟେମ୍ବର, ୨୦୧୪ ରେ ପହଞ୍ଚିଥିଲା।

Leave A Reply