ଅଯୋଧ୍ୟ ପ୍ରସଙ୍ଗରେ ମୌଲାନା କଲବେ ସାଦିକଙ୍କ ମତ : ବିବାଦୀୟ ଜମିକୁ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁମାନଙ୍କୁ ଦେବା ଉଚିତ

ଅଯୋଧ୍ୟା : ବରି‌ଷ୍ଠ ସିହା ଧର୍ମଗୁରୁ ଏବଂ ଇସଲାମ ବିଦ୍ବାନ ମୌଲାନା କଲବେ ସାଦିକ୍ କହିଛନ୍ତି ଯେ, ତାଙ୍କ ନିଜ ମତ ଅନୁସାରେ ସୁପ୍ରିମକୋର୍ଟର ରାୟ ଆସିବା ପୂର୍ବରୁ ମୁସଲମାନମାନେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ଥିବା ଜମିକୁ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁମାନଙ୍କୁ ଦେଇ ଦେବା ଆବଶ୍ୟକ । ମୌଲାନା କଲବେ ସାଦିକ୍ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ମଧ୍ୟ ଉପାଧ୍ୟକ୍ଷ ଅଛନ୍ତି। ଯଦିଓ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ସୁପ୍ରିମକୋର୍ଟରେ ବାବ୍ରି ମସଜିଦ ପକ୍ଷକାରଙ୍କ ପାଇଁ ମାମାଲା ଲଢୁଛି ।
ତେବେ ବୁଧବାର ଲକ୍ଷ୍ନୌରେ ଏକ ଜାତୀୟ ଖବର କାଗଜକୁ ସେ କହିଛନ୍ତି ଯେ, ମୁସଲମାନମାନେ ଏହା ଭଲ ଭାବେ ହୃଦୟଙ୍ଗମ କରିବା ଦରକାର ଯେ ସେମାନଙ୍କର ଲକ୍ଷେ ପ୍ରୟାସ ପରେ ମଧ୍ୟ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ନୂଆ ମସଜିଦ ନିର୍ମାଣ ହୋଇପାରିବ ନାହିଁ । ସେ ମନେପକାଇ ଦେଇଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ମୁମ୍ବଇରେ ଏକ ବଡ଼ ଧାର୍ମୀକ କାର୍ଯ୍ୟକ୍ରମରେ ସେ କହିଥିଲେ ‘ସବୁବେଳେ କିଛି ହାସଲ କରି ଜିତି ହୋଇ ନଥାଏ ବରଂ କିଛି ଦେଇକରି ଜିତା ଯାଇଥାଏ।’
ସୂଚନାଯୋଗ୍ୟ, ମୌଲାନା କଲବେ ସାଦିକଙ୍କୁ ପ୍ରମୁଖ ଇସଲାମ ବିଦ୍ବାନ ଭାବେ ଗଣନା କରାଯାଏ। କିଛି ଦିନ ହେବ ସେ ଅସୁସ୍ଥ ଅଛନ୍ତି ଓ ଲକ୍ଷ୍ନୌରେ ଏକ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଉଛି । ମୌଲାନା କଲବେ ସାଦିକ୍ କହିଛନ୍ତି ଯେ, ଯଦି ସୁପ୍ରିମ କୋର୍ଟର ରାୟ ମନ୍ଦିର ସପକ୍ଷରେ ଯାଏ ତେବେ ମୁସଲମାନମାନେ ବିନା ପ୍ରତିବାଦରେ ଏହାକୁ ସ୍ବୀକାର କରି ହିନ୍ଦୁମାନଙ୍କୁ ଅଭିନନ୍ଦନ ଜଣାଇବା ଆବଶ୍ୟକ । ଅନ୍ୟପକ୍ଷରେ ଯଦି ଦେଶର ସର୍ବୋଚ୍ଚ ଅଦାଲତରେ ମୁସଲମାନଙ୍କର ବିଜୟ ହୁଏ ତେବେ ମଧ୍ୟ ମସଜିଦର ଜମିକୁ ଖୁସିର ସହିତ ହିନ୍ଦୁମାନଙ୍କୁ ଦେଇ ଦିଅନ୍ତୁ।
ସେ କହିଛନ୍ତି ପାକିସ୍ତାନ ଏଥିପାଇଁ ଉନ୍ନତି କରୁପାରୁ ନାହିଁ କାରଣ ସେଠାରେ ସ୍କୁଲ କଲେଜ କମ୍ ଖୋଲୁଛି ଓ ଅଧିକ ମସଜିଦ ରହିଛି । ମୌଲାନା କଲବେ ସାଦିକ୍ ଆଧୁନିକ ଚିନ୍ତଧାରାର ବିଦ୍ବାନ। ଯିଏ କୁହନ୍ତି, ଚନ୍ଦ୍ର ଦେଖି ଇଦ ପାଳନ କର ନାହିଁ ବରଂ କ୍ୟାଲେଣ୍ଡର ଦେଖି ଇଦ ପାଳନ କର। ଦଯିଓ ତେବେ ତାଙ୍କର ଏଭଳି ବିଚାରଧାରା ସହିତ ଅନେକ ମୁସଲମାନ ବିଦ୍ବାନ ଏବଂ ଧର୍ମଗୁରୁ ସହମତ ନୁହନ୍ତି।
ମୌଲାନା କଲବେ ସାଦିକ୍ କହିଛନ୍ତି ଅଯୋଧ୍ୟାର ମସଜିଦର ଜମି ହିନ୍ଦୁମାନଙ୍କୁ ଦେଇ ମୁସଲମାନମାନେ କୋଟି କୋଟି ଲୋକଙ୍କର ଦୃଦୟ ଜିଣି ପାରିବେ। ସେ ମୁସଲମାନ ମାନଙ୍କୁ କହିଛନ୍ତି ‘ ଯେ ପର୍ଯ୍ୟନ୍ତ ଆପଣ କିଛି ନ ଦେବେ, ତ ନେଇ ମଧ୍ୟ ପାରିବେ ନାହିଁ । ଆପଣ କିଛି ଦିଅନ୍ତୁ, ତ ଆପଣ କିଛି ନେବାର ଅଧିକାର ରହିବ। ସେ କହିଛନ୍ତି ଯେ, ଜଣାପଡୁଛି ଏହା ଭବିଷ୍ୟତରେ ଆପଣଙ୍କ ପାଖରେ ରହିବ ନାହିଁ, ଯହି ଆଗମୀ ଦିନରେ ଏହା ଯିବାର ଅଛି ତେବେ ଆଜି ଖୁସିର ସହିତ ଗୋଟିଏ ମସଜିଦ ଦେଇ ଦିଅନ୍ତୁ ତ ଆପଣମାନେ କୋଟି କୋଟି ଦୃଦୟ ଜିତି ପାରିବେ।’
ମୁସଲମାନ ଭାଇମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଯଦି ହିନ୍ଦୁ ଭାଇମାନେ ଜିତି ଯାଆନ୍ତି ଏବଂ ଭଗବାନ କରନ୍ତୁ ସେମାନେ ଜିତି ଯାଆନ୍ତୁ, ତ ସେମାନେ ଯଦି ଖୁସିରେ ଶୋଭାଯାତ୍ରା ବାହାର କରନ୍ତି ତେବେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ।

Comments are closed.