ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପାସ୍‌ ହାର ୪୩.୬୨%

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ କରିଛନ୍ତି। ଏଥର ପାସ୍‌ ହାର ରହିଛି ୪୩.୬୨%। ଓପଲ ସ୍କୁଲରେ ପାସ୍‌ ହାର ୬୩.୪୪% ରହିଛି। ବୋର୍ଡ ୱେବ୍‌ସାଇଟ www.bseodisha.ac.in ଏବଂ www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌ରୁ ସେମାନଙ୍କ ଫଳାଫଳ ଜାଣିପାରିବେ।  ଚଳିତବର୍ଷ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଜୁଲାଇ ୮ରୁ ପରୀକ୍ଷା ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହୋଇଥିଲା। ସେହିପରି ଜୁଲାଇ ୧୬ରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସରିଥିଲା। ୧୨୨ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଅଧିକ ୫୪ଟି କେନ୍ଦ୍ର ଖୋଲାଯାଇଥିଲା।

Comments are closed.