ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ

0

ଆସିକା : ଚୋର ସନ୍ଦେହରେ ଜଣେ ଅଜଣା ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଛି। ଗ୍ରାମବାସୀମାନେ ଉକ୍ତ ଯୁବକଙ୍କୁ ମାଡ ମାରିବା ସହ ଲଣ୍ଡା କରିଥିବା ଜଣାପଡିଛି। ଏପରି ଘଟଣା କବିସୂର୍ଯ୍ୟନଗର ଥାନା ନନ୍ଦିଆଗଡ ଗ୍ରାମରେ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply