ମଶାଣି ବିବାଦ; ଦୁଇ ଦିନ ହେଲା ପଡି ରହିଛି ଶବ

0

ନବରଙ୍ଗପୁର: ମଶାଣିକୁ ନେଇ ଦୁଇ ସାହି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫଳରେ ଦୁଇ ଦିନ ହେଲାଣି ମୃତଦେହ ସତ୍କାର ହୋଇପାରୁ ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟଅଞ୍ଚଳର ଲୋକେ ମୃତଦେହ ରଖି ଉମରକୋଟ-ଛତିଶଗଡ ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଗୋଟିଏ ମଶାଣିକୁ ନେଇ ରାଇଘର ପତ୍ରକୋଟି ସାହି ଓ ହରିଜନ ସାହି ମଧ୍ୟରେ ଦୀର୍ଘ ଦିନ ଧରି ନେଇ ବିବାଦ ଲାଗି ରହିଛି । ଗତକାଲି ଗୁରୁବାରୀ ହରଜନ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ସତ୍କାର ପାଇଁ ମହିଳାଙ୍କ ମୃତଦେହକୁ ଉକ୍ତ ମଶାଣି ନେଇ ଯିବା ପରେ ଅନ୍ୟ ସାହିର ଲୋକ ଏହାର ବିରୋଧ କରିଥିଲେ । ଏଥିରେ ମୃତକଙ୍କ  ସମ୍ପକୀୟ ଉତକ୍ଷିପ୍ତ ହୋଇ ରାସ୍ତାରେ ଶବ ରଖି ଅବରୋଧ କରିଛନ୍ତି ।

Leave A Reply