ନକଲି ମସଲା କାରଖାନାରେ ଚଢଉ

0

କୋରାପୁଟ: କଟକରୁ ନକଲି ଖାଇବା ତେଲ, ଘିଅ, ସସ୍ ଓ ସିମେଣ୍ଟ କାରଖାନା ଠାବ ହେଲା ପରେ ଏବେ କୋରାପୁଟ ଜିଲା ଜୟପୁରରେ ଏକ ନକଲି ମସଲା କାରଖାନା ଉପରେ ଚଢଉ ହୋଇଛି। ଏହାସହ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସହରର ପି. ଆର .ପେଟା ଚତୁର୍ଥ ଲେନର ଜଣଙ୍କ ଘରେ ବେଧଡକ ଭାବରେ ଚାଲୁଥିବା ଏକ ନକଲି ମସଲା କାରଖାନାରେ ଚଢଉ କରି ପୁଲିସ ବହୁ ପରିମାଣର ମସଲା ଜବତ କରିଛି । ଏଭରେଷ୍ଟ ମସଲା ନାମରେ ଏହି ନକଲି ମସଲା ପ୍ରସ୍ତୁତ କରାଯାଉଥିବା ପୁଲିସ କହିଛି । ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ବ୍ୟବସାୟୀଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି ।

Leave A Reply