ବକ୍ସିଂ ବିଶ୍ୱ କପ୍‌ ପୂର୍ବରୁ ମେରିକମ୍‌ ଜିତିଲେ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟଲ୍‌

ଜାକାର୍ତ୍ତା .- ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟେଲ୍‌ରେ ୬ ଥରର ବିଶ୍ୱ ବିଜୟିନୀ ମେରିକାମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୩ତମ ପ୍ରେସିଡେଣ୍ଟ କପ୍‌ରେ ଅଲମ୍ପିକ୍‌ର କାଂସ୍ୟ ପଦକ ବିଜୟନୀ ଅଷ୍ଟ୍ରେଲିଆକ ଅପ୍ରିଲ୍‌ ଫ୍ରାଙ୍କସ୍‌ଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ରବିବାରରେ ଅନଷ୍ଠିତ ହୋଇଥିବା ମହିଳାଙ୍କର ୫୧ କିଲୋଗ୍ରାମ ଫାଇଲାନଲ୍‌ରେ ମେରିକମ୍‌ ଆରମ୍ଭରୁ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଇଣ୍ଡୋନେସିଆର ଲାବୁଆନ୍‌ ବାଜୋରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ମରିକମ୍‌ଙ୍କୁ ଏବେ ୩୬ ବର୍ଷ । ସେ ଚଳିତ ବର୍ଷ ମେ ମାସରେ ଓପନ୍‌ ବକ୍ସିଂ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମାତ୍ର ସେ ଏସିଆନ୍‌ ଚାମ୍ପିୟନସିପ୍‌ରେ କେତକ କାରଣ ଯୋଗୁଁ ଅଂଶ ଗ୍ରହଣ କରି ନଥିଲେ ।

ଏବେ ସେ ୨୦୨୦ରେ ଟୋକଓରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ।

Comments are closed.