ହ୍ରାସ ପାଇଲା ମାରୁତି ସୁଜକିର ବିକ୍ରି ହାର

ନୂଆଦିଲ୍ଲୀ : ମାରୁତି ସୁଜକି ଇଣ୍ଡିଆର କାର ବିକ୍ରିରେ ହ୍ରାସ ଘଟିଛି। ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା କମ୍ପାନୀ ୧.୬ ହ୍ରାସ ଘଟିବା ସହ ୧,୫୮,୦୭୬ ୟୁନିଟ ବିକ୍ରି କରିଛି। ଏଥିରେ ଆମଦାନୀ କ୍ଷେତ୍ରରେ ୧,୪୭,୬୧୩ ୟୁନିଟ ଓ ରପ୍ତାନୀ କ୍ଷେତ୍ରରେ ୧୦,୪୬୩ ୟୁନିଟ ରହିଛି। ସୂଚନାଯୋଗ୍ୟ ଯେ ୨୦୧୮ରେ ଏହା ୧,୬୦,୫୯୮ ୟୁନିଟ ରହିଥିଲା।
ମାରୁତି ସୁଜକିର ମିନି ସେଗମେଣ୍ଟ ବିଷୟରେ କହିବାକୁ ଗଲେ ମାର୍ଚ୍ଚ ୨୦୧୯ରେ ୫୫.୧% ହ୍ରାସ ପାଇବା ସହ ୧୬,୮୨୬ ୟୁନିଟ ବିକ୍ରି ହୋଇଥିଲା, ଯାହା ମାର୍ଚ୍ଚ ୨୦୧୮ରେ ୩୭,୫୧୧ ୟୁନିଟ ବିକ୍ରି କରାଯାଇଥିଲା। ସେହିପରି କମ୍ପାନୀର କମ୍ପେକ୍ଟ ସେଗମେଣ୍ଟ କଥା କହିବାକୁ ଗଲେ ମାର୍ଚ୍ଚ ୨୦୧୯ରେ ୧୯.୮% ବଢି ୮୨,୫୩୨ ୟୁନିଟ ବିକ୍ରି କରାଯାଇଛି। ୨୦୧୮ରେ ଏହି ସଂଖ୍ୟା ୬୮,୮୮୫ ୟୁନିଟ ବିକ୍ରି କରାଯାଇଥିଲା। ସମସ୍ତ ବିକ୍ରି ପରେ କମ୍ପେକ୍ଟ ସେଗମେଣ୍ଟର ବିକ୍ରି ମାର୍ଚ୍ଚ ମାସ ସୁଦ୍ଧା ୨୦୧୯ରେ ୬.୬ ହ୍ରାସ ପାଇବା ସହ ୯୯,୩୫୮ ୟୁନିଟ ବିକ୍ରି କରାଯାଇଛି, ଯାହା ମାର୍ଚ୍ଚ ୨୦୧୮ରେ ୧,୦୬,୩୯୬ ୟୁନିଟ ବିକ୍ରି କରାଯାଇଥିଲା।
ସେହିପରି ମାରୁତି ସୁଜକି ସିଆଜ ବିକ୍ରିରେ ୧୫% ହ୍ରାସ ପାଇଛି। ପୂର୍ବ ମାସ ମାରୁତି ସିଆଜର ୩,୬୭୨ ୟୁନିଟ ବିକ୍ରି ହୋଇଛି, ଯାହା ମାର୍ଚ୍ଚ ୨୦୧୮ରେ ଏହାର ସଂଖ୍ୟା ୪,୩୨୧ ୟୁନିଟ ବିକ୍ରି ହୋଇଥିଲା।

Comments are closed.