ବଜାରକୁ ଆସିଲା ମାରୁତି ସୁଜକି ବଲେନୋର ନୂଆ ଭର୍ସନ

0

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ଇଣ୍ଡିଆ ନିଜର ଲୋକପ୍ରିୟ ମଡେଲ ହେଚବ୍ରେକ୍‍ ବଲେନୋର ନୂଆ ଭର୍ସନ ବଜାର ପ୍ରବେଶ କରାଯାଇଛି। ନୂଆ ବଲେନୋର ମୂଲ୍ୟ ୫.୪୦ ଲକ୍ଷ ଟଙ୍କା ରୁ ୮.୭୭ ଲକ୍ଷ ଟଙ୍କା ରହିଛି। କମ୍ପାନୀର ସୂଚନା ମୁତାବକ ଏହି ନୂଆ ବଲେନୋରେ ସୁରକ୍ଷା ସୁବିଧା ପାଇଁ ଡୁଆଲ ଏୟାରବେଗ୍ସ, ଏଣ୍ଟ୍ରି ବ୍ରେକିଂ ସିଷ୍ଟମ, ବୈଦୋତିକ ବ୍ରେକ ଫୋର୍ସ ଡିସଟ୍ରିଭୁସନ ଆଦି ସୁବିଧା ରହିଛି।
ମାରୁତି ସୁଜକି ଇଣ୍ଡିଆର ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର.ଏସ୍‍. କସ୍ଲିଙ୍କ କହିବା ଅନୁସାରେ ଗ୍ରାହକଙ୍କ ସୁବିଧା କରିବା କମ୍ପାନୀର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ବଲେନୋର ଲୋକପ୍ରିୟତା ବଢିବ। ସେ ଆହୁରି କହିଛନ୍ତି ୩ବର୍ଷ ମଧ୍ୟରେ ୫ଲକ୍ଷ କାର ବିକ୍ରି କରି ରେକର୍ଡ ସୃଷ୍ଟି କରିଛି। ନୂଆ ବଲେନୋରେ ୧.୨ଲିଟର ପେଟ୍ରୋଲ ଓ ୧.୩ ଡିଜେଲ ଇଞ୍ଜିନ ଭର୍ସନ ଉପଲବ୍ଧ ରହିଛି। ନୂଆ ବଲେନୋରେ ଫ୍ରଣ୍ଟ ଗ୍ରିଲ ଓ ଷ୍ଟାଣ୍ଡ ଅଧିକ ଚୌଡା ରହିଛି। ଏହାବ୍ୟତୀତ ଏଥିରେ ନୂଆ ଇନଫୋଟମେଣ୍ଟ ପ୍ରଣାଳୀ ସହ ରିୟର ପାର୍କିଂ କ୍ୟାମେରା ଇଣ୍ଟିଗ୍ରେସନ, ଲାଇଭ ଟ୍ରାଫିକ ଓ ନାଭିଗେସନ ସୁବିଧା ରହିଛି।

Leave A Reply