ମାରୁତି ଅଲ୍ଟୋ କେ-୧୦ର ବଢିଲା ଦାମ

ଭୁବନେଶ୍ୱର : ଦେଶର ସବୁଠୁ ବଡ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ଇଣ୍ଡିଆ ନିଜର ମଡେଲ ‘ଅଲ୍ଟୋ କେ୧୦’ରେ ନୂଆ ଫିଚର ଦିଆଯାଇଛି। ଏହି ମଡେଲର ମୂଲ୍ୟ ୨୩ହଜାର ଟଙ୍କା ବଢାଇ ଦିଆଯାଇଛି। ଏହି ମଡେଲ କାରରେ ଏଣ୍ଟି-ଲକ ବ୍ରେକିଂ ସିଷ୍ଟମ, ଡ୍ରାଇଭର ଏୟର ବ୍ୟାଗ, ରିଭର୍ସ ପାର୍କିଂ ସେନସର, ସିଡ ଆଲର୍ଟ ସିଷ୍ଟମ, ଚାଳକ ଓ ସହ-ଚାଳକ ସିଟ ବେଲ୍ଟ ମନେକରିବା ପାଇଁ ରିମାଇଣ୍ଡର ଆଦି ଫିଚର ନୂଆ ଭାବରେ ଯୋଡାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ-ଏନସିଆରରେ ବିଭିନ୍ନ ୱାରିଏଣ୍ଟର ମୂଲ୍ୟ ୧୫ହଜାରରୁ ୨୩ହଜାର ଟଙ୍କା ବଢିଛି। ବିଭିନ୍ନ ନୂଆ ଫିଚର ସହ ଏହି କାରର ମୂଲ୍ୟ ୩.୬୫ ଲକ୍ଷରୁ ୪.୪୪ ଲକ୍ଷ ଟଙ୍କା ରହିଥିବା ବେଳେ ଦେଶର ଅନ୍ୟ ଭାଗରେ ୩.୭୫ ଲକ୍ଷରୁ ୪.୫୪ ଲକ୍ଷ ଟଙ୍କା ରହିଛି। କାରର ଏହି ନୂଆ ମୂଲ୍ୟ ୧୧ ଏପ୍ରିଲରୁ ଲାଗୁ କରାଯାଇଛି।

Comments are closed.