ମାରୁତି ସୁଜକି ସୁଇପ୍ଟର ରେକର୍ଡ ବିକ୍ରି

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ନିଜର ସୁଇପ୍ଟ କାର ବିକ୍ରିରେ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ କହିବା ଅନୁସାରେ ଏହି କାର ୨୦୦୫ରେ ବଜାର ପ୍ରବେଶ କରାଯାଇଥିଲା। ତେଣୁ କମ୍ପାନୀ ବର୍ତ୍ତମାନ ୨୦ ଲକ୍ଷ ୟୁନିଟର ବିକ୍ରି ଶେଷ ହୋଇଥିବା କହିଛି। ଏହି କାର ଯୁବକ ମାନଙ୍କୁ ଆକୃଷ୍ଠ କରିବାରେ ସଫଳ ହୋଇଥିବା କମ୍ପାନୀ କହିଛି। ଏହି କାରର ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ କାରରେ ଅଧିକ ହାଲକା ରହିଛି। ମାରୁତି ସୁଜକି ଅପ୍ରେଲ-ଅକ୍ଟୋବର ୨୦୧୮-୧୯ରେ ସ୍‍ୁଇପ୍ଟ ନିଜର ବିକ୍ରୟ ପରିମାଣ ବଢି ୧.୩୯ ଲକ୍ଷରେ ପହଞ୍ଚିଛି। କମ୍ପାନୀ ଏହି କାର ସହ ଏଜିଏସ୍‍ ଅଫର ପ୍ରଦାନ କରି ୨୦% ବିକ୍ରି ବଢିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ମାରୁତି ସୁଜକି ଉଭୟ ପେଟ୍ରୋଲ ଓ ଡିଜେଲ ଗାଡି ରହିଛି। ଏହାସହ ଗାଡିରେ ୫ସ୍ପିଡ ଗିୟରବକ୍ସ, ୧.୨ଲିଟର କ୧୨ଇଞ୍ଜିନ ରହିଛି। ଏଭଳି ଅତ୍ୟାଧୁନିକ ସୁବିଧାପାଇଁ କାରର ଭଲ ବିକ୍ରୟ ହୋଇଥିବା କମ୍ପାନୀ କହିଛି।

Leave A Reply