ରାଜଧାନୀରେ ମେରାଇନ୍‌ ଇଞ୍ଜିନିୟରଙ୍କୁ ହତ୍ୟା, ପ୍ରେମିକା ଓ ତାଙ୍କର ବନ୍ଧୁ ହତ୍ୟା କରିଥିବା ଅଭିଯୋଗ

0

ଭୁବନେଶ୍ୱର:  ରାଜଧାନୀରେ ଜଣେ ମେରାଇନ୍‌ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛି ।   ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ବୋଲି ସୂଚନା ମିଳିଛି । ବୈଜୟନ୍ତ ମହାନ୍ତି ନାମକ ଇଞ୍ଜିନିୟରଙ୍କୁ ଏକ ଘରୋଇ କାର୍ଯ୍ୟାଳୟ ମଧ୍ୟରେ ଆଉଜଣେ ଯୁବକ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କାଣ୍ଡପରେ ସମ୍ପୃକ୍ତ ମହିଳା ଓ ତାଙ୍କର ବନ୍ଧୁ ଲକ୍ଷ୍ମୀ ସାଗର ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।

ବୁଧବାରରେ ଏହି ଇଞ୍ଜିନିୟର ଜଣଙ୍କ ନିଜର ପାସପୋର୍ଟ କାମରେ ଭୁବନେଶ୍ୱର ଆସିଥିଲେ । ଏହାପରେ ସେ ଏହି ମହିଳାଙ୍କ ନିକଟକୁ ଆସିଥିଲେ , କୌଣସି କାରଣରୁ କଥା କଟା କଟି ହେବାରୁ ସେଠାରେ ଉପସ୍ଥିତ ଥିବା ମହିଳାଙ୍କର ଅନ୍ୟ ଜଣେ ବନ୍ଧୁ ତାଙ୍କର ଗଳା ଚିପି ହତ୍ୟା କରିଛନ୍ତି । ଦୁଇଜଣ ଅଭିଯୁକ୍ତ ଗୁରୁବାରରେ ଲକ୍ଷ୍ମୀସାଗର ଥାନାରେ ଆତ୍ମ ସମର୍ପଣ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply