ରିଲିଜ୍‍ ହେଲା ‘ମର୍ଦ୍ଦାନୀ-୨’ର ଟ୍ରେଲର: ଦର୍ଶକଙ୍କ ମନ ମୋହିଲା ରାଣୀଙ୍କ ଦମ୍‌ଦାର୍‌ ଅଭିନୟ

ମୁମ୍ବଇ : ରାଣୀ ମୁଖାର୍ଜୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’ର ଟ୍ରେଲର ଗୁରୁବାର ରିଲିଜ୍‍ ହୋଇଛି। ଏଥିରେ ରାଣୀଙ୍କୁ ପୁଲିସ ଇନ୍ସପେକ୍ଟର ଶିବାନୀ ଶିବାଜୀ ରାଓ ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି, କୋଟାରେ ହୋଇଥିବା ବଳାତ୍କାର ଘଟଣାର ସତ୍ୟ କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ। ୟଶରାଜ ଫିଲ୍ମସ୍‍ର ଟ୍ୱିଟର୍‍ ହ୍ୟାଣ୍ଡେଲରେ ଟ୍ରେଲରକୁ ଶେୟାର କରାଯାଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଲୋକେ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ୨୦୧୯ର ସବୁଠାରୁ ଭଲ ଟ୍ରେଲର ବୋଲି ମଧ୍ୟ କହିଛନ୍ତି। ଟ୍ରେଲରରେ ରାଣୀଙ୍କ ଦମ୍‍ଦାର୍‍ ଅଭିନୟର ଝଲକ ଦେଖିବାକୁ ମିଳିଛି। ପୁଲିସ ପୋଷାକରେ ରାଣୀ ଖୁବ୍‍ ପ୍ରଭାବଶାଳୀ ଲାଗୁଛନ୍ତି।
ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗୋପୀ ପୁତ୍ରନ ବହନ କରିଛନ୍ତି। ‘ମର୍ଦ୍ଦାନୀ-୨’ ୧୩ ଡିସେମ୍ବରରେ ମୁକ୍ତିଲାଭ କରିବ।

Comments are closed.