ମଙ୍ଗଳରେ ଧୂଳିଝଡ, ଫଟୋ ଉଠାଇଲା ପୃଥିବୀରୁ ଯାଇଥିବା କ୍ୟାମେରା

0

ପୃଥିବୀରେ ଧୂଳି ଝଡ ହୋଇଥାଏ ।  ମାତ୍ର ମଙ୍ଗଳରେ ଧୂଳି ଝଡ ତା ପୁଣି କ୍ୟାମେରାରେ କଏଦ ହୋଇଛି ଜାଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ । ମଙ୍ଗଳରେ ହୋଇଥିବ ଧୂଳି ଝଡକୁ ନାସା ମଙ୍ଗଳ ଗ୍ରହକୁ ପଠାଇଥିବା କ୍ୟୁରୋସିଟି ରୋଭର ମାଷ୍ଟ କ୍ୟାମେରାରେ ଉତ୍ତୋଳନ କରାଯାଇଛି । ଭୀଷଣ ଧୂଳି ଝଡ ଭିତରେ କ୍ୟାରୋସିଟି ରୋଭର ରହିବା ସହ ଏହାକୁ ଉତ୍ତୋଳନ କରିଥିଲା । ଆମେରିକାର ନାସାରେ ଥିବା ଆର୍ଥ ଷ୍ଟେସନକୁ ଏହି ଫଟୋ ସବୁକୁ ପ୍ରେରଣ କରିଥିଲା । ସେଠାରେ ଥିବା ବୈଜ୍ଞାନିକମାନେ ଏବେ ଏହି ଫଟୋ ସବୁକୁ ଅଧ୍ୟୟନ କରୁଛନ୍ତି। ମଙ୍ଗଳ ବିଜ୍ଞାନ ଗବେଷଣାଗାରରେ ଏବେ ଏ ବିଷୟରେ ଗବେଷଣା କରାଯାଉଛି ।

ମଙ୍ଗଳରେ ଧୂଳି ଝଡ ସାଧାରଣ । ସେଠାରେ ଋତୁ ପରିବର୍ତ୍ତନ ହୋଇଥାଏ । ଏହାର ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁରେ ଧୂଳି ଝଡ ହୋଇଥାଏ । ବେଳେ ବେଳେ ମଙ୍ଗଳରେ ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଧୂଳି ଝଡ ହୋଇଥାଏ ।

Leave A Reply