ମାଓବାଦୀ ଓ ବିଏସଏଫ ଯବାନ ମୁହାଁମୁହିଁ, ୨ ଯବାନ ସହିଦ

0

ମାଲକାନଗିରି: ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୨ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି । ସହିଦ ଯବାନ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର ଗଜେନ୍ଦ୍ର ବୋଲି ଜଣାପଡିଛି । ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ର ଜବତ ହୋଇଥିବା ବେଳେ ସେଠାରେ ସର୍ଚ ଅପରେସନ ଜୋରଦାର କରାଯାଇଛି । ଗୁଳି ବିନିମୟରେ କିଛି ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ହେଲେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନାହିଁ ।

Leave A Reply