ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ

0

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀ କେ.ଲକ୍ଷ୍ମୀ ଓରଫ ଶ୍ୱେତା ଆତ୍ମସର୍ମପଣ କରିଛନ୍ତି। ସେ ଗୁମ୍ମାରେ ଆଞ୍ଚଳିକ କମିଟିର ସଦସ୍ୟା ରୂପେ କାର୍ଯ୍ୟ କରୁଥିଲେ। ତାଙ୍କ ବିଷୟରେ ସୂଚନା ଦେବା ପାଇଁ ସରକାର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ୨୦୦୮ ରୁ ସେ ମାଓବାଦୀ ଦଳରେ ସକ୍ରୀୟ ଭାବେ ସାମିଲ ଥିଲେ। ୨୦୦୮ ରୁ ଅନେକ ମାଓ ହିଂସାରେ ସେ ଲିପ୍ତ ଥିଲେ। ଦାମନଯୋଡ଼ି ଆକ୍ରମଣ, ଶିଳାକୋଟାରେ ଦୁଇ ଜଣ ବ୍ୟକ୍ତିଙ୍କ ହତ୍ୟା ଓ ପିପଲ୍‍ପଦାର ଜେସିବି ମେସିନ୍‍ ପୋଡ଼ି ଘଟଣାରେ ସେ ସଂପୃକ୍ତ ଥିଲେ। ତାଙ୍କ ସ୍ୱାମୀ ଧନଞ୍ଜୟ ଗୋପ(ସୁଧିର) ମଧ୍ୟ ଗୁମ୍ମାରେ ଆଞ୍ଚଳିକ କମିଟିର ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି। ସେ ଖୁବ୍‍ ଶୀଘ୍ର ଆତ୍ମସର୍ମପଣ କରିବେ ବୋଲି ସୂଚନା ମିଳିଛି।

Leave A Reply