୪ଟି ଜିଲାରେ ମାଓବାଦୀଙ୍କ ବନ୍ଦ ଡ଼ାକରା

0

ନୟାଗଡ: କେକେବିଏନ୍‌ ମାଓ ସଂଗଠନ ପକ୍ଷରୁ ଆଜି ୪ଟି ଜିଲା ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏହି ୪ଟି ଜିଲାରେ ମାଓବାଦୀମାନେ ବନ୍ଦ ଡ଼ାକରା ଦେଇଛନ୍ତି । ପୁଲିସ୍‌ ଏନକାଉଣ୍ଟରକୁ ବିରୋଧ କରି ଏହି ଡ଼ାକରା ଦିଆଯାଇଥିବା ଜଣାପଡିଛି । ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ଅନେକ ସ୍ଥାନରେ ମାଓ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply