ପ୍ରଥମ ପର୍ଯ୍ୟାୟ ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଚିଠି; ୫ ଜିଲାରେ ବନ୍ଦ ଡାକରା

କଲ୍ୟାଣସିଂହପୁର: ଗୁରୁବାର ଅର୍ଥାତ ଏପ୍ରିଲ ୧୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ବର୍ଜନ କରିବା ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି। ସିପିଆଇ ମାଓବାଦୀ ବାସଦରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏ ନେଇ ଏକ ଚିଠି ମାଧ୍ୟମରେ ଆହ୍ବାନ କରାଯାଇଛି। ଏଥିସହ ଭୋଟ ବର୍ଜନ ଲାଗି ମାଓବାଦୀମାନେ କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଆଦି ୫ଟି ଜିଲାରେ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି। ତେବେ ଏ ସମ୍ପର୍କ​‌ରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.