କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ଡାକରରେ ଜନଜୀବନ ପ୍ରଭାବିତ

0

କଲମପୁର : କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ଅଂଚଳରେ କିଛି ଦିନର ନିରବତା ପରେ ପୁଣି ଲାଲ ବାହିନୀ ଗୁଣପୁର ଭବାନୀପାଟଣା ମୁଖ୍ୟ ରାସ୍ତାର ସାଇସୁରନୀ ପେରୁମଞ୍ଜି ମଧ୍ୟବର୍ତି ହୁଁକାରସିଲ ଘାଟିରେ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ସରକାରଙ୍କ ବିସ୍ଥାପନ ଓ ଦମନ ନିତୀ ବିରୁଦ୍ଧରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି। ସୋମବାର ସକାଳେ ମୁଖ୍ୟ ରାସ୍ତାରେ ଗଛ କଟା ଯାଇ ରାସ୍ତା ଅବରୋଧ କରାଯାଇଥିବା ଶୁଣିବା ପରେ ଅଂଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି। ଏହି ରାସ୍ତାରେ ଗମନା ଗମନ ସମ୍ପୂର୍ଣ୍ଣ ରୁପେ ଠପ୍ ହେଇଯାଇଛି। ଏପରିକି ଏହି ଅଂଚଳବାସୀଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ନିରବତା ଖେଲିଯାଇଛି। ବିଗତ ଦିନରେ ଏଭଳି ପୋଷ୍ଟର ମାରିବାର କିଛି ଦିନ ଅନ୍ତରରେ କର୍ଲାପାଟ ଗ୍ରାମରୁ ତିନିଜଣଙ୍କୁ ଅପହରଣ କରାଯାଇଥିଲା। ପରବର୍ତି ସମୟରେ ସେମାନଙ୍କ ମଧ୍ୟରୁ ଜଣକୁ ହତ୍ୟା କରାଯାଇଥିଲା। ବର୍ତମାନ ଏହି ରାସ୍ତା ଅବରୋଧ ଓ ପୋଷ୍ଟର ମାରିବା ପରେ ପୁଣି ଲୋକେ ଆତଙ୍କିତ ହେଉଛନ୍ତି। ଓଡିଶା ଓ ଛତିଶଗଡ ଗରୀବ ଆଦିବାସୀଙ୍କ ରାଜ୍ୟ। ଏହି ରାଜ୍ୟରେ ଖଣି ଖାଦାନ ରହିଥିବାରୁ ବିଦେଶୀ ପୁଞ୍ଜି ପତିଙ୍କ ଲୋଲୁପ ଦୃଷ୍ଟି ପଡିଅଛି। ଏହାକୁ ଲୁଟ କରିନେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାବଦ୍ଧ ଭାବେ ଜନ କଲ୍ୟାଣ ଓ ବିକାଶର ମୁଖା ପିନ୍ଧାଇ ପୁସୁଲା ଫୁସୁଲି ଓ ମିଥ୍ୟା ପ୍ରତିଶୃତି ଦେଇ ସରଳ ଲୋକଙ୍କୁ ବିସ୍ଥାପନ କରୁଛନ୍ତି। ଜଳ, ଜମି, ଜଙ୍ଗଲ, ଇଜ୍ଜତ ଓ ଅଧିକାର ପାଇଁ ସଂଘର୍ଷ କରୁଥିବା ଲୋକଙ୍କୁ ଗ୍ରୀନ୍ ହଣ୍ଟ ମାଧ୍ୟମରେ ଦମନ କରାଯାଉଥିବାରୁ ତାର ପ୍ରତିରୋଧ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରାଯାଇଛି।

Leave A Reply