ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

0

ମାଲକାନଗିରି:  ଦୁଇ ଜଣ ଦୁର୍ଦ୍ଦାନ୍ତ ନକ୍ସଲ୍‌ ମହିଳା କ୍ୟାଡର ଶନିବାର ଦିନ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ  ଶାନ୍ତି ମାଡ଼ି ଓ ସୋଡ଼ି ଲୋକେ। ଏହି ଦୁଇଜଣ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲେ। ଏମାନଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଶାନ୍ତି ମାଡ଼ିର ଘର ମାଲକାନଗିରି ଜିଲା ପଡ଼ିଆ ବ୍ଲକରେ। ସେ ଗତ ୧୩ ବର୍ଷ ଧରି କାଲିମେଳା ଅଞ୍ଚଳରେ ବିଭିନ୍ନ ନକ୍ସଲ୍‌ କାର୍ଯ୍ୟକଳାପରେ ଜଡ଼ିତ ଥିଲା। ୨୦୦୮ ମସିହାରେ ହୋଇଥିବା ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ, ରାଜୁଲକୋଣ୍ଡାରେ ଏସଓଜି ଟିମ ଉପରେ ଆକ୍ରମଣ ଭଳି ୫୦ ରୁ ଊର୍ଦ୍ଧ୍ବ ହିଂସାତ୍ମକ କାର୍ଯ୍ୟକଳାପରେ ତାର ସମ୍ପୃକ୍ତି ରହିଥିଲା। ସୋଡ଼ି ଲୋକେ ମଧ୍ୟ ବହୁ ହିଂସାକାଣ୍ଡରେ ଜଡ଼ିତ ଥିଲା। ଆତ୍ମସମର୍ପଣ କରିଥିବା ଦୁଇ ନକ୍ସଲ୍‌ କ୍ୟାଡରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply