ଲାଲଗଡରେ ମାଓ ପୋଷ୍ଟର

0

ମାଲକାନଗିରି: ଗୁରୁବାର ଲାଲଗଡରେ ମାଓପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବିଚ୍ଛିନ୍ନାଞ୍ଚଳରେ ପୋଷ୍ଟର ଲଗାଯାଇଛି। ମାଲକାନଗିରି ଜିଲାରେ ଦୁର୍ବଳ ହୋଇଥିବା ନକ୍ସଲ ସଂଗଠନକୁ ପୁଣି ଥରେ ସକ୍ରିୟ କରିବାକୁ ଲାଲବାହିନୀ ଉଦ୍ୟମ ଆରମ୍ଭ କରିଛି।

ବର୍ତ୍ତମାନ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାବେଳେ ପୋଷ୍ଟରରେ ମଧ୍ୟ ପିଏଲଜିଏ ପାଳନ କରିବା ପାଇଁ କୁହାଯାଇଛି। ଏଥିସହିତ ଆଦିବାସୀ ଯୁବକ ଯୁବତୀଙ୍କୁ ନକ୍ସଲ ସଙ୍ଗଠନରେ ସାମିଲ ହେବା ପାଇଁ ଲାଲବାହିନୀ ଆହ୍ବାନ କରିଛି। ଏହା ବ୍ୟତୀତ ବିଗତ ଦିନରେ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ମାଓ କମ୍ରେଡଙ୍କ ପ୍ରତିଶୋଧ ନେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

Leave A Reply