ମାଓ ପୋଷ୍ଟରରେ ପୁଲିସଙ୍କୁ ହତ୍ୟା ଧମକ

0

କନ୍ଧମାଳ: କିଛିଦିନର ନିରବତା ପରେ ମାଓବାଦୀଙ୍କ ପୋଷ୍ଟର ଅଭିଯାନ ପୁଣି ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ବାଲିଗୁଡା ଅନ୍ତର୍ଗତ ସୁଡ୍ରା ମୁଖ୍ୟରାସ୍ତାରେ ଲାଗିଥିବା ମାଓ ପୋଷ୍ଟରକୁ ପୁଲିସ ଜବତ କରିଛି । ଜବତ ମାଓ ପୋଷ୍ଟରରେ ଫିରିଙ୍ଗିଆ ଏବଂ ଗୋଚ୍ଛାପଡା ଥାନାଧିକାରୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି । ହତ୍ୟା ଧମକ ମିଳିଲା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛି । କେକେବିଏନ ସଂଘ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି  ।

Leave A Reply