ରାସ୍ତା କାମକୁ ବିରୋଧ କରି ବିଭିନ୍ନ ଯନ୍ତ୍ରପାତି ଓ ଠିକାଦାରଙ୍କ ଶିବିରକୁ ପୋଡିଲେ ମାଓବାଦୀ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲାଥାନା  ଅଧିନର  ସିକେରକୁପା ଅଞ୍ଚଳରେ ତିଆରି କରାଯାଉଥିବା   କଦମଗୁଡା – ଭୂର୍ଟିଗଡ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଏକ ମିକ୍ସର ମେସିନ, ପାଣି ଟାଙ୍କି ସହ ବିଭିନ୍ନ ଯାନ୍ତ୍ରପାତିକୁ ପୋଡି ଦେଇଛନ୍ତି । ମାଓବାଦୀଙ୍କର ବିରୋଧ ସତ୍ତ୍ୱେ ଏହି ରାସ୍ତାକୁ ନିର୍ମାଣ କରାଯାଉଥିଲା । ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ଠିକା କ୍ୟାମ୍ପକୁ ଆସି ପୋଡାଜଳା କରିଥିଲେ । ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚ ନଥିବା ସୂଚନା ମିଳିଛି ।

Leave A Reply