ନିର୍ବାଚନ ରୋକିବାକୁ ମାଓବାଦୀଙ୍କ ଉଦ୍ୟମ, ଓଡିଶା-ଝାଡଖଣ୍ଡ ସୀମାନ୍ତରେ ବିସ୍ଫୋରଣ

ରାଉରକେଲା : ନିର୍ବାଚନ ଭଣ୍ଡୁର କରିବା ପାଇଁ ମାଓବାଦୀଙ୍କ ଚେଷ୍ଟା ଜାରି ରହିଛି । ଗୋଟିଏ ପଟେ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଅନ୍ୟ ପଟରେ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଲଙ୍କାକାଣ୍ଡ ଘଟାଇଛନ୍ତି । ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଥିବା ବନବିଭାଗର ନିର୍ମାଣଧୀନ କୋଠାକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଏହା ସହ ନିର୍ବାଚନ ବର୍ଜନ କରିବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି ।

Comments are closed.