ମାଓ ବ୍ୟାନରରେ ଦୁଇ ବିଧାୟକଙ୍କୁ ହତ୍ୟା ଧମକ

0

ଭଞ୍ଜନଗର: ଗଞ୍ଜାମ ଜିଲାର ଦୁଇ ବିଧାୟକଙ୍କୁ ମାଓବାଦୀ ତରଫରୁ ହତ୍ୟା ଧମକ ମିଳିଛି । ଏକ ମାଓ ବ୍ୟାନର ମାଧ୍ୟମରେ ଏହି ଧମକ ମିଳିଥିବା ଜଣାପଡିଛି । ଭଞ୍ଜନଗର ଠାରୁ ୧୮ କିମି ଦୂରରେ ଥିବା​‌ ଦଦରାଲୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏହି ବ୍ୟାନର ଲଗାଯାଇ ଥିବା ଦେଖିବାକୁ ମିଳିଛି । ବ୍ୟାନରରେ କୌଣସି ମାଓ ସଙ୍ଗଠନର ନାମ ଲେଖାଯାଇ ନ ଥିବାରୁ ଅନ୍ୟ କେହି ଅସାମାଜିକ ବ୍ୟକ୍ତି ଏହାକୁ ଲଗାଇ ଥିବା ନେଇ ସନ୍ଦେହ ଉପୁଜିଛି । ବ୍ୟାନରେ ପୁଲିସ୍‌ ଇନ୍‌ଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ସହ କନ୍ଧମାଳ ଜିଲାରେ ଜଣଙ୍କୁ ହତ୍ୟା ଧମକ ଦିଆଯାଇ ଥିବା ଦେଖିବାକୁ ମିଳିଛି । ପୁଲିସ ଏହି ବ୍ୟାନରକୁ ଜବତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ମାସକ ତଳେ ତେଲେଙ୍ଗାନାର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ଅତି ନିକଟରୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

Leave A Reply