୪ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା, ଖସିଗଲେ ମାଓନେତା

0

ମାଲକାନଗିରି  : ଓଡ଼ିଶା-ଆନ୍ଧ୍ରର ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଆର.କେ.। ବିଚ୍ଛିନ୍ନାଞ୍ଚଳରେ ଗତକାଲି ମଧ୍ୟରାତ୍ରରୁ ଏହି ଅପରେସନ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି। ତେବେ ଅପରେସନ ସମୟରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୁରକ୍ଷାବାହିନୀ ଆଶଙ୍କା କରୁଥିବା ବେଳେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ସେପଟେ ମାଓ ଶିବିରରୁ ବହୁ ଅସ୍ତ୍ରଶସ୍ତ୍ର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସୁରକ୍ଷା ବାହିନୀ ଜବତ କରିଛନ୍ତି।
ଦୁଇ ରାଜ୍ୟର ପୁଲିସ୍‍ ମହାନିର୍ଦେଶଙ୍କ ବୈଠକର ମାତ୍ର ଦୁଇଦିନ ପରେ ଆରମ୍ଭ ହୋଇଛି ଅପରେସନ ଆର.କେ.। ବିଚ୍ଛିନ୍ନାଞ୍ଚଳରେ ମାଓନେତା ଆର.କେ, ଉଦୟ, ଚଲପତି ଭଳି ବହୁ ବରିଷ୍ଠ ନେତା ଗୋଟିଏ ଶିବିରରେ ଏକାଠି ଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ବିଶାଖାପାଟଣା ଜିଲାର ଗ୍ରେହାଉଣ୍ଡସ ଯବାନ ସହ ମାଲକାନଗିରି ଜିଲାର ଏସଓଜି ଏବଂ ଡିଭିଏଫ ପକ୍ଷରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଯୋଡାମ୍ବ ପଞ୍ଚାୟତର ସିଲିଗୁଡା ଓ ସିମିଳିପଦରେ କମ୍ବିଂ ଆରମ୍ଭ କରାଯାଇଥିଲା। ଗତ ମଧ୍ୟରାତ୍ରରେ ସମ୍ପୂର୍ଣ୍ଣ ଭାବେ ଅଞ୍ଚଳକୁ ଘେରିଯାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିକୁ ସାମନା କରି ନ ପାରି ଶିବିର ଛାଡି ପଳାଇଛନ୍ତି ମାଓବାଦୀ। ସେମାନଙ୍କ ମଧ୍ୟରେ ବହୁ ମାଓନେତା ସାମିଲ ଥିବା ସୁରକ୍ଷା କର୍ମୀ ଜାଣିପାରିଛି।

Leave A Reply